News7 Logo

ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ, ରବିବାର ଦିଲ୍ଲୀ ଗସ୍ତରେ ଯିବେ ବିଜେଡ଼ି ସୁପ୍ରିମୋ

NEWS7
naveen Pattanaik

ଭୁବନେଶ୍ୱର ୦୭।୦୯ : ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ । ରାଜ୍ୟ ରାଜନେତାଙ୍କ ‘ଦିଲ୍ଲୀ ଗସ୍ତ’ । ଗୋଟିଏ ପରେ ବିଜେପି ରାଜ୍ୟ ସଭାପତି ଶନିବାର ରାତିରୁ ଦିଲ୍ଲୀ ଗସ୍ତରେ ଥିବା ବେଳେ ରବିବାର ଦିନ ବିଜେଡି ସୁପ୍ରିମୋ ଦିଲ୍ଲୀ ଗସ୍ତରେ ଯିବେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଆଲୋଡ଼ନା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରବିବାର ଦିନ ଦିଲ୍ଲୀ ଗସ୍ତରେ ଯିବେ । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଗସ୍ତ ଅବସରେ ବିଜେଡି ସାଂସଦଙ୍କ ସହ ଆଲୋଚନା କରିପାରନ୍ତି । ବିଜେଡି ପିଏସି ସଦସ୍ୟଙ୍କ ସହିତ ନବୀନ ନିବାସର ଉପ-ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଆଲୋଚନା କରିଥିଲେ ନବୀନ । ଦଳର ଆଭିମୁଖ୍ୟ ନେଇ ନବୀନ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ନବୀନ କାହାକୁ ସମର୍ଥନ କରିବେ, ତା ଉପରେ ସମସ୍ତଙ୍କ ନଜର ରହିଛି।