ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ବିଜେଡି ଫେରାଦ, ପୁଅ ସପକ୍ଷରେ ପ୍ରଚାର କରୁଥିବା ଅଭିଯୋଗ

Published By : Prameya-News7 Bureau | May 05, 2024 IST

ଭୁବନେଶ୍ବର ୫।୫: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେଡି । ରାଜ୍ୟପାଳ ହୋଇ ବିଶ୍ୱଭୂଷଣ ନିଜ ପୁଅ ପୃଥ୍ୱୀରାଜଙ୍କ ସପକ୍ଷରେ ପ୍ରଚାର କରୁଥିବା ବିଜେଡି ଅଭିଯୋଗ କରିଛି । ଅପ୍ରେଲ ୩୦ ତାରିଖ ଛତିଶଗଡରୁ ଭୁବନେଶ୍ୱର ସ୍ଥିତ ଘରକୁ ଆସି ଚିଲିକା କର୍ମୀଙ୍କ ସଭା ଡ଼ାକିଥିଲେ । ଫୋନ ଯୋଗେ ପୃଥ୍ୱୀରାଜଙ୍କୁ ଭୋଟ ଦେବା ପାଇଁ ଚିଲିକା ଭୋଟରଙ୍କୁ ପ୍ରବର୍ତ୍ତାଉଥିବା ବିଜେଡି ସିଇଓଙ୍କ ନିକଟରେ ଅଭିଯୋଗ କରିଛି । ଏହାଦ୍ୱାରା ଖୁଲମଖୁଲା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଛି । ଏହାସହ ନିର୍ବାଚନ ସରିବା ଯାଏଁ ରାଜ୍ୟପାଳ ଓଡିଶା ନ ଆସିବା ଓ ପୁରା ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟପାଳଙ୍କୁ ସତର୍କ କରିବାକୁ ଦାବି କରିଛି ବିଜେଡି । 

You Can Read :

ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କଲା ପାଣିପାଗ ବିଭାଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.