ଭୁବନେଶ୍ବର ୧୪।୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଗଣେଶ୍ବର କହିଛନ୍ତି, ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି ସେଥିପାଇଁ ବର୍ଦ୍ଧିତ ଦରମା ନେବାକୁ ମନା କରିଛନ୍ତି । କିନ୍ତୁ ମୁଁ ଏବଂ ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ ନବୀନ ବାବୁଙ୍କର ତାହା ବ୍ୟକ୍ତିଗତ ନିଷ୍ପତ୍ତି । ମାତ୍ର ଦଳୀୟ ବିଧାୟକଙ୍କୁ ସେ ବର୍ଦ୍ଧିତ ଦରମା ନେବା ପାଇଁ ବାରଣ କରି ନାହାନ୍ତି ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ଦଳ ତରଫରୁ ଆମକୁ ଅବଗତ କରାଯାଇଛି । ସେ ଆଦର୍ଶଗତ ନିଷ୍ପତ୍ତି ନେଇଛନ୍ତି ।

​​​​​​​ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍‌କୁ ସମର୍ଥନ କରିଥିଲା । ତେଣୁ ତାକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି । ବାସ୍ତବ ସମସ୍ୟାକୁ ବୁଝନ୍ତୁ । ଲୋକ କହିବେ । କହିବାର ଅଧିକାର ତାଙ୍କର ଅଛି । କିନ୍ତୁ ଲୋକ ବୁଝିବା ଦରକାର । କାହିଁକି ଦରମା ବଢଗଲା । ଯୁକ୍ତି ଅଛି ନାଁ ନାହିଁ । ଯୁକ୍ତି ଅଛି । ପ୍ରଥମ କଥା ହେଲା, ଏହା ନିୟମିତ ବ୍ୟବଧାନରେ ଦରମା ବଢ଼େ । ୨୦୧୮ ମସିହା ପରେ ୨୫ରେ ଏ ନିଷ୍ପତ୍ତି ହେଲା । ଯେତେବେଳେ ଦରବୃଦ୍ଧି ଯେତେବେଳେ ବଢ଼ିଲା । ସାଂସଦମାନଙ୍କର ଦରମା ମଧ୍ୟ ବଢିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ଥିଲା । ଦରମା ବଢି ନାହିଁ । ଆନୁଷଙ୍ଗୀକ ଖର୍ଚ୍ଚ ବଢିଛି । ବିଧାୟକ ମାନେ ବହୁ କଷ୍ଟରେ ଚଳୁଛନ୍ତି । କେତେ ଆବଶ୍ୟକତା ତାର । ଅନ୍ତତଃ ସସମ୍ମାନର ସହ ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା ଦେବେ । ବଢ଼ାଯିବା ନିଷ୍ପତ୍ତି ଯଥାର୍ଥ । ବିଜେଡି ଏହାକୁ ସମର୍ଥନ କରୁଛି । ମୁଁ ଓ ପ୍ରମିଳା ମଲ୍ଲିକ ଏହାକୁ ସ୍ୱାଗତ କରିଛନ୍ତି । ନବୀନ ପଟ୍ଟନାୟକ ଜଣେ ଭିନ୍ନ ମଣିଷ । ସେ ସହାନୁଭୂତି ସପକ୍ଷରେ ନାହାନ୍ତି । ତାଙ୍କର ଅର୍ଥ ଲୋଭ ନାହିଁ । ତାଙ୍କ ତ୍ୟାଗର ଉଦାହରଣ ମଧ୍ୟ ଅଛି । ସେ ଆମ ଭଳି ନିର୍ଭରଶୀଳ ନୁହଁନ୍ତି । ନିଜର ଆବଶ୍ୟକତା ପାଇଁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଗଣେଶ୍ବର କହିଛନ୍ତି ।

​​​​​​​