ଚତୁର୍ଥ ପର୍ଯ୍ୟାୟରେ ସବୁଠୁ ଅଧିକ ଭୋଟର, ସୁରକ୍ଷା ପାଇଁ ମୁତୟନ ହେବେ ୧୨୫ କମ୍ପାନୀ CAPF : ସିଇଓ

Published By : Prameya-News7 Bureau | May 30, 2024 IST

ଭୁବନେଶ୍ବର ୩୦।୫: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସାମ୍ବାଦିକ ସମ୍ମିଳନୀ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରଖିଲେ ତଥ୍ୟ । ୬ଟି ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର ୫୦.୮୮ ଲକ୍ଷ, ମହିଳା ଭୋଟର ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟର ୬୦୮୭ ଜଣ । 

ସେହିଭଳି ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର । ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦ % ଆଦର୍ଶ ବୁଥ । ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ୩୯୪ ବିଧାନସଭା ପ୍ରାର୍ଥୀ, ୬୬ ଲୋକସଭା ପ୍ରାର୍ଥୀ ଅଛନ୍ତି । ୧୨୫ କମ୍ପାନୀ CAPF ମୁତୟନ ହେବେ । ଯାଜପୁରରେ ୨୦, ବାଲେଶ୍ୱରରେ ୨୨, କେନ୍ଦ୍ରାପଡ଼ାରେ ୧୮, ଭଦ୍ରକରେ ୧୬, ଜଗତସିଂହପୁରରେ ୧୨, ମୟୁରଭଞ୍ଜରେ ୧୮, କଟକରେ ୧୨, ପୁରୀରେ ୭ କମ୍ପାନୀ ମୁତୟନ କରାଯାଇଛି । PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥ୍‌କୁ ମୋବାଇଲ ମନା । ଏଜେଣ୍ଟ ଓ ଭୋଟର ବୁଥ୍‌କୁ ମୋବାଇଲ ନେଇପାରିବେ ନାହିଁ । କେବଳ ପ୍ରିଜାଇଡିଂ ଅଫିସର ମୋବାଇଲ ନେଇପାରିବେ । ୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪% ମତଦାନ ହାର ରହିଥିଲା । ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ୍‌ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ । 

You Can Read :

ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି, ଗତ ୧୦ବର୍ଷ ଧରି ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି : ନବୀନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.