ନୂଆପଡ଼ା: ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେଡି। ଦଳ ପକ୍ଷରୁ ଅଭିଯୋଗ କରିଛି ସରକାରୀ କଳ ଅପବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଦଳ ପକ୍ଷରୁ କୁହାଯାଇଛି ବିଜେପି ନୂଆପଡ଼ା ପରାଜୟ ପାଇଁ ଭୟଭୀତ। ନିର୍ବାଚନ ସମୟରେ କେମିତି ସର୍କିଟ ହାଉସରେ ରହିଲେ ? ସେଠି ସରକାରୀ ଅଧିକାରୀଙ୍କ ସହ ଆଲୋଚନା କଲେ. ସେହିପରି ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସୀମା ଖୋଲିଦେଲେ। ଯେପରି ଅର୍ଥ ଓ ଲୋକ ଆସି ନିର୍ବାଚନକୁ ପ୍ରଭାବିତ କରିବେ।  ସୁନାବେଡ଼ା ଉଦ୍ୟାନକୁ ଯାଇ ଆଦିବାସୀଙ୍କୁ କହିଲେ ତିନି ଥର ଆସିଛନ୍ତି। ସେ ନିଜ ଆଦିବାସୀ ପରିଚୟ ଦେଖାଇବାକୁ ଯାଇଥିଲେ।’’

ବିଜେଡି ପକ୍ଷରୁ ଆହୁରି କୁହଯାଇଛି, ଯେତେବେଳେ ଶହ ଶହ ଆଦିବାସୀ ମହିଳାଙ୍କୁ ଧର୍ଷଣ କରାଯାଉଥିଲା। ଆଦିବାସୀ ନାବାଳିକା ହଷ୍ଟେଲରେ ଗର୍ଭବତୀ ହେଉଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ। ମୁଖ୍ୟମନ୍ତ୍ରୀ ହତାଶ ହେଲେଣି। ତାଙ୍କ ପାଇଁ ଓଡ଼ିଶା ଲଜ୍ଜିତ। ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ସେ ଭୟଭୀତ। ବିଜେଡିରେ ମିଶୁ ମିଶୁ ଜୁନେଦଙ୍କ ଘରେ ରେଡ କଲେ।ବିଜେପି AIକୁ ବି ଅପବ୍ୟବହାର କରୁଛି। ବଣ ବିଛୁଆତି ନାଁରେ ଏକ ID କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ AI ଭିଡିଓ ଓ ଅଶ୍ଳୀଳ କମେଣ୍ଟ ଦେଉଛି ବିଜେପି। ’’