ସରକାରରେ ଅଛନ୍ତି, ଆସିବେ ନୂଆ କଥା କଣ? ପିଏମ୍‌ଙ୍କ ଗସ୍ତ ନେଇ ବିଜେଡି ଉପ-ସଭାପତିଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | June 19, 2025 IST

ଭୁବନେଶ୍ୱର ୧୯/୦୬: ଶୁକ୍ରବାର ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ସେମାନେ  ଏବେ ସରକାରରେ ଅଛନ୍ତି । ତେଣୁ ମୋଦି ଆସି ତାଙ୍କ ସରକାର କଥା କହିବେ । ଏଥିରେ ନୂଆ କଥା କିଛି ନାହିଁ । ୯ ବର୍ଷ ଯାଏଁ ଆମ ଭାଗିଦାରୀରେ ଥିଲେ । 

ଆଜି ଯେଉଁ ସଫଳତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସିଛି, ମୋଦି ସରକାର, ନୀତି ଆୟୋଗ ଓ ବିଭିନ୍ନ ଏଜେନସି ଏହାକୁ ପ୍ରଶଂସା କରିଛନ୍ତି । ଗରିବୀ ବହୁ ମାତ୍ରାରେ କମିଛି ନବୀନଙ୍କ ସମୟରେ ।  ହେଲେ ସରକାର ବଦଳିବା ପରେ ଆଜି ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା । ଲୋକଙ୍କୁ ଠିକ୍ ଭାବେ ସେବା ମିଳୁନଥିବା ଅଭିଯୋଗ ବି ଆସୁଛି । 

କେବଳ ନାଁ ପରିବର୍ତ୍ତନ କରିବାର ପ୍ରୟାସକୁ ସାଧାରଣ, ମଧ୍ୟବିତ୍ତ ଓ ଗରିବ ଲୋକ ଭୋଗୁଛନ୍ତି । ହସ୍ପିଟାଲ ଖର୍ଚ୍ଚ ଲୋକଙ୍କ ଉପରେ ଭାରୀ ପଡୁଛି । ସରକାରଙ୍କ ସଫଳତା ନେଇ ଗପ ମାରିଲେ କିଛି ହେବନି । ସେପଟେ କଲେରାରେ ଲୋକ ମଲେଣି । ଗୋପାଳପୁରରେ ଦୁଷ୍କର୍ମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ବିଫଳତା ରହିଛି । 

ଗଜପତି ମହାରାଜ ତ ନିଜେ କହିଛନ୍ତି ଯେ କେବଳ ପରିକ୍ରମା ପ୍ରକଳ୍ପ ପାଇଁ ଚାରି ଦ୍ୱାର ବନ୍ଦ ଥିଲା । କେବଳ ଘୋଷଣା କଲେ ହେବନି । ତେବେ ଆମେ କିନ୍ତୁ ଜନଜାଗରଣ କାର୍ଯ୍ୟକ୍ରମ କରୁଛୁ । ଆବଶ୍ୟକ ପଡିଲେ ଆନ୍ଦୋଳନ ବି କରିବୁ । ବିଭିନ୍ନ ପର୍ଯ୍ୟାୟରେ ବିଜେଡି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ବିଜେଡି ଉପସଭାପତି ସ୍ୱଷ୍ଟ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.