୧୩ ତମ ବିରୂପା ମହୋତ୍ସବ ଅନୁଷ୍ଠିତ, ନାଚ-ଗୀତରେ କମ୍ପିଲା ମଞ୍ଚ

Published By : Prameya-News7 Bureau | April 29, 2025 IST

ସାଲେପୁର ୨୯।୦୪ :  ୧୩ ତମ ବିରୂପା ମହୋତ୍ସବ  ଅନୁଷ୍ଠିତ । କଟକ ଜିଲ୍ଲା ସାଲେପୁର ବ୍ଲକ ଗୋପୀନାଛପୁର ହରିଡ଼ା ପଡିଆରେ ଠାରେ ଅନୁଷ୍ଠିତ ହୋଇଯାଇଛି ବିରୂପା ମହୋତ୍ସବ । ନାମୀଦାମୀ କଳାକରଙ୍କ ଦ୍ୱାରା ନାଚଗୀତ ଓ ଅଭିନୟରେ ଚଳଚଞ୍ଚଳ ହୋଇ ଉଠିଥିଲା ମହୋତ୍ସବ । 

ମହାଆଡମ୍ବରରେ ଶେଷ ହୋଇଛି ବିରୂପା ମହୋତ୍ସବର ଶେଷ ସନ୍ଧ୍ୟା। ଶେଷ ସନ୍ଧ୍ୟାରେ ମଞ୍ଚରେ ସଭାପତିତ୍ବ କରିଥିଲେ ବିକାଶ ଦାଶ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଲଳିତ ଦାସ ଅଧ୍ୟକ୍ଷ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ, ମୁଖ୍ୟବକ୍ତା ଭାବେ ରଂଜନ କୁମାର ଦାସ ପ୍ରାକ୍ତନ ମୁଖ୍ୟ ପ୍ରସାଶକ ଶ୍ରୀମନ୍ଦିର ପୁରୀ, ସମ୍ମାନୀତ ଅତିଥି ଡଃ ତ୍ରିଦିବ ବେହେରା ଚେୟାରମ୍ୟାନ ଟେଟ୍ରା ହେଡେନ କଲେଜ ଟାଙ୍ଗୀ, ଯୋଗଦେଇଥିଲେ। ମଞ୍ଚରେ ଅତିଥିମାନେ ମଧୁବାବୁଙ୍କ ଗୁଣଗାନ କରିଥିଲେ । ଏହାସହ ନବଉତ୍କଳର ନିର୍ମାତା ମଧୁବାବୁଙ୍କୁ ଭାରତ ରତ୍ନ ସହ ଜନ୍ମପୀଠକୁ ରାଷ୍ଟ୍ରୀୟ ସ୍ମାରକୀ ପ୍ରଦାନ ଦାବି କରିଛନ୍ତି । ମଧୁବାବୁଙ୍କ ପାଇଁ ଓଡ଼ିଆ ଭାବେ ପରିଚୟ ପାଇଁ ନିଜକୁ ଗର୍ବିତ ମନେକରୁଛୁ। ବିରୂପା ମହୋତ୍ସବର ଶେଷସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା  ଗୋଟିପୁଅ ନୃତ୍ୟ, କଣ୍ଠଶିଳ୍ପୀ  ଦିପ୍ତିରେଖା ପାଢ଼ୀଙ୍କ ଦ୍ବାରା ପ୍ରଦର୍ଶିତ ନୃତ୍ୟ ଗୀତ ସମସ୍ତଙ୍କୁ କରିଥିଲା ମନମୁଗ୍ଧ ।  ଗୀତନାଚ ଓ ସଂସ୍କୃତିକ କର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ମଞ୍ଚ। ଜିଲ୍ଲା ବାହାର କଳାକାରଙ୍କ ଦ୍ବାରା ନାଚଗୀତକୁ ମନଭରି ଉପଭୋଗ କରିଥଲେ ଉପସ୍ଥିତ ଦର୍ଶକମାନେ । ୫ଦିନ ଧରି ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ବାର୍ଷିକ ମୁଖପତ୍ର "ମଧୁସ୍ମୃତି ଦର୍ପଣ"କୁ ଅତିଥିମାନେ ମଞ୍ଚରେ ଶୁଭ ଉନ୍ମୋଚିତ କରିଥିଲେ। ମହୋତ୍ସବରେ ସମାଜର ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶାନ୍ତିଶୃଙ୍ଖଳାର ସହ ଦେଖିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.