News7 Logo

ବିଜେଡିର ନୂଆ ମହିଳା ବ୍ୟାପାର ଟିମ୍ ଗଠନ, ସ୍ନେହାଙ୍ଗିନୀ ସଭାନେତ୍ରୀ ନିଯୁକ୍ତ

NEWS7
BJD

ଭୁବନେଶ୍ଵର: ବିଜେଡିର ନୂଆ ମହିଳା ବ୍ୟାପାର ଟିମ୍ ଗଠନ।  ସ୍ନେହାଙ୍ଗିନୀ ଛୁରିଆ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଏହା ସହ ୩ ଜଣ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି।  ୧୨ ଜଣ ସାଧାରଣ ସଂପାଦକ ଭାବେ ଦାୟିତ୍ଵ ପାଇଛନ୍ତି। ଏ ନେଇ ବିଜୁ ଜନତା ଦଳ ପକ୍ଷର ଗୁରୁବାର ଜାରି ପ୍ରେସ ବିଜ୍ଞପ୍ତିରେ ଏହାର ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ମହିଳା ବ୍ୟାପାର କମିଟିରେ ବରିଷ୍ଠ ସାଧାରଣ ସଂପାଦକ ଭାବେ ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନିଯୁକ୍ତି ମିଳିଛି। ସେହି ୧୨ ସାଧାରଣ ସଂପାଦକ ହେଉଛନ୍ତି ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା, ଶର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମୀନତି ବେହେରା, କସ୍ତୁରି ମହାପାତ୍ର, ପଦ୍ମିନୀ ଦିଆନ, ଦୀପାଳି ଦାସ, ରଞ୍ଜିତା ସାହୁ, ଗୀତାଞ୍ଜଳି ବସ୍ତିଆ।

ସୂଚନାଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ବିଜେଡି ବିଜୁ ଛାତ୍ର ଜନତା ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଘୋଷଣା କରିଥିଲା ଦଳ। ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଈପସିତା ସାହୁଙ୍କୁ ନିଯୁକ୍ତି ମିଳିଥିବା ବେଳେ ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ପଦରେ ନିଯୁକ୍ତ କରାଯାଇଥିଲା। ​​​​​​​