LIVE TV

ବିହାରରେ କେଉଁ ଜିଲ୍ଲାରେ କେବେ ହେବ ଭୋଟିଂ , ଜାଣନ୍ତୁ ପୂରା ତାଲିକା

NEWS7
Bihar Election

ନୂଆଦିଲ୍ଲୀ –ବିହାରରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇ ଯାଇଛି। ରାଜ୍ୟର ୨୪୩ଟି ବିଧାନସଭା ସିଟ୍‌ରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟରେ ୬ ଅକ୍ଟୋବରରେ ଭୋଟିଂ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ନଭେମ୍ୱରରେ ଭୋଟିଂ ହେବ। ଭୋଟ୍ ଗଣନା ସବୁ ସିଟ୍‌ରେ ଏକା ସାଥିରେ ୧୪ ନଭେମ୍ୱରରେ ହେବ।

​​​​​​​ଏହାସହ ମଧ୍ୟ ପଢନ୍ତୁ : ବିହାର ନିର୍ବାଚନ ପରେ ସାରା ଦେଶରେ ଲାଗୁ ହେବ ନୂଆ ପଦକ୍ଷେପ ; ଏହାର କାରଣ କହିଲେ ମୁଖ୍ୟ ନିର୍ବାଚନ କମିଶନର

ପ୍ରଥମ ପର୍ଯ୍ୟାୟ

୧୮ଟି ଜିଲ୍ଲାର ୧୨୧ ବିଧାନସଭା ସିଟ୍‌  :

ଗେଜେଟ୍‌ ନୋଟିଫିକେସନ ଜାରି ହେବାର ତାରିଖ : ୧୦ ଅକ୍ଟୋବର ୨୦୨୫ (ଶୁକ୍ରବାର)

ନାମାଙ୍କନର ଅନ୍ତିମ ତାରିଖ : ୧୭ ଅକ୍ଟୋବର ୨୦୨୫ (ଶୁକ୍ରବାର)

ନାମାଙ୍କନର ଯାଞ୍ଚ : ୧୮ ଅକ୍ଟୋବର ୨୦୨୫ (ଶନିବାର)

ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ : ୨୦ ଅକ୍ଟୋବର ୨୦୨୫ (ସୋମବାର)

ମତଦାନର ତାରିଖ ; ୬ ନଭେମ୍ୱର ୨୦୨୫ (ଗୁରୁବାର)

ଭୋଟ୍‌ ଗଣନା : ୧୪ ନଭେମ୍ୱର ୨୦୨୫ (ଶୁକ୍ରବାର)

ଦ୍ୱିତୀୟ ପର୍ଯ୍ୟାୟ –

୨୦ ଜିଲ୍ଲାର ୧୨୨ ବିଧାନସଭା ସିଟ୍‌ :

ଗେଜେଟ୍‌ ନୋଟିଫିକେସନ ଜାରି ହେବାର ତାରିଖ : ୧୩ ଅକ୍ଟୋବର ୨୦୨୫ (ସୋମବାର)

ନାମାଙ୍କନର ଅନ୍ତିମ ତାରିଖ : ୨୦ ଅକ୍ଟୋବର ୨୦୨୫ (ସୋମବାର)

ନାମାଙ୍କନର ଯାଞ୍ଚ : ୨୧ ଅକ୍ଟୋବର ୨୦୨୫ (ମଙ୍ଗଳବାର)

ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ : ୨୩ ଅକ୍ଟୋବର ୨୦୨୫ (ଗୁରୁବାର)

ମତଦାନର ତାରିଖ : ୧୧ ନଭେମ୍ୱର ୨୦୨୫ ( ମଙ୍ଗଳବାର)

ଭୋଟ୍ ଗଣତି : ୧୪ ନଭେମ୍ୱର ୨୦୨୫ (ଶୁକ୍ରବାର)

ନିର୍ବାଚନ ସରିବାର ଅନ୍ତିମ ତାରିଖ : ୧୬ ନଭେମ୍ୱର ୨୦୨୫ (ରବିବାର)

ପ୍ରଥମ ପର୍ଯ୍ୟାୟରେ ୬ ନଭେମ୍ୱରରେ ଏହି ୧୮ଟି ଜିଲ୍ଲାରେ ଭୋଟିଂ – ଗୋପାଳଗଞ୍ଜ ,ସିୱାନ, ବକ୍ସର , ସାରଣ , ମୁଜଫରପୁର, ଦରଭଙ୍ଗା, ସହରସା , ମଧେପୁରା, ଖଗଡିଆ , ମୁଙ୍ଗେର ,ଲଖିସରାୟ, ଶେଖପୁରା , ନାଳନ୍ଦା, ପାଟନା , ବୈଶାଳୀ ,ସମସ୍ତିପୁର, ବେଗୁସରାୟ , ଭୋଜପୁର

ଦ୍ୱିତୀୟ ପର୍ଯ୍ୟାୟରେ ଏହି ୨୦ଟି ଜିଲ୍ଲାରେ ୧୧ ନଭେମ୍ୱରରେ ଭୋଟିଂ –

ପଶ୍ଚିମ ଚମ୍ପାରଣ , ପୂର୍ବ ଚମ୍ପାରଣ , ଶିବହର,ସୀତାମଢି, ମଧୁବନି, ସୁପୌଲ, ଅରରିଆ , କିଶନଗଞ୍ଜ, ପୂର୍ଣ୍ଣିୟା, କଟିହାର , ଭାଗଲପୁର, ବାଙ୍କା , ଜମୁଇ, ନୱାଦା, ଗୟା, ଜହାନାବାଦ , ଅରବଲ , ଔରଙ୍ଗାବାଦ, ରୋହତାସ , କୈମୂର (ଭଭୁଆ)।