LIVE TV

ବିହାର ନିର୍ବାଚନ ପରେ ସାରା ଦେଶରେ ଲାଗୁ ହେବ ନୂଆ ପଦକ୍ଷେପ ; ଏହାର କାରଣ କହିଲେ ମୁଖ୍ୟ ନିର୍ବାଚନ କମିଶନର

NEWS7
Bihar election

ନୂଆଦିଲ୍ଲୀ ବିହାର ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନ ୧୭ଟି ନୂଆ ପଦକ୍ଷେପର ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ୧୭ଟି ନୂଆ ପଦକ୍ଷେପ, ବିହାର ନିର୍ବାଚନରେ ଲାଗୁ ହେବ। ବିହାର ନିର୍ବାଚନ ପରେ ଏହାକୁ ସାରା ଦେଶରେ ମଧ୍ୟ ଲାଗୁ କରାଯିବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ଏହି ପରିବର୍ତ୍ତନ ଅନୁସାରେ , ଏକ ପୋଲିଂ ବୁଥ୍ରେ ୧୨୦୦ରୁ ଅଧିକ ଭୋଟର ହେବେ ନାହିଁ । ଏହା ବ୍ୟୀତ ଏକ ପ୍ରମୁଖ ପରିବର୍ତ୍ତନ ଏହା ମଧ୍ୟ ହୋଇଛି ଯେ, ଏବା ମୋବାଇଲ ଫୋନ୍ ବୁଥ୍ ଯାଏ ନେଇ ପାରିବେ। ଫୋନ୍ ବାହାରେ ଜମାକରି ଭୋଟ ଦେଇପାରିବେ ଏବଂ ଫେରିବା ବେଳେ ସେଠାରେ ନେଇ ପାରିବେ। ସେ କହିଛନ୍ତି କି , ଯେଉଁ ମତଦାତାଙ୍କ ନାମ ତାଲିକାରେ ନୂଆ ଯୋଡ଼ି ହୋଇଛି କିମ୍ୱା ପୁଣି ଯାହାଙ୍କ ଠିକଣା ଆଦି ବଦଳି ଯାଇଛି , ସେମାନଙ୍କୁ ନୂଆ ଭୋଟର ଆଇଡି କାର୍ଡ ଦିଆଯାଇଛି। ଏହିପରି ୧୪ ଲକ୍ଷ ଭୋଟର ନୂଆ ଅଛନ୍ତି ଏବଂ ଏହିସବୁକୁ ଭୋଟ ଆଇଡି ଦିଆଯାଇଛି।

​​​​​​​ଏହାସହ ମଧ୍ୟ ପଢନ୍ତୁ : ବିହାର ବିଧାନସଭା ପାଇଁ ଘୋଷଣା ହେଲା ତାରିଖ: ନଭେମ୍ୱର ୬ ଓ ୧୧ ଭୋଟିଂ, ୧୪ରେ ରେଜଲ୍ଟ

ଜାଣନ୍ତୁ କଣ ଏହି ୧୭ଟି ପରିବର୍ତ୍ତନ

- ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧିକ ୧୨୦୦ ଭୋଟରଙ୍କ ସୀମା ରହିବ।  ୨- ସମସ୍ତ ମତଦାନ କେନ୍ଦ୍ରରେ ୧୦୦% ୱେବକାଷ୍ଟି। ୩-  ଭୋଟରଙ୍କ ମୋବାଇଲ୍ ଫୋନ୍ ଜମା କରିବା ପାଇଁ କାଉଣ୍ଟର । ୪- ଇଭିଏମ୍ ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ। ୫- ବୁଥ୍-ସ୍ତରୀୟ ଅଧିକାରୀ (BLO) ଏବଂ ପର୍ଯ୍ୟବେକ୍ଷକଙ୍କ ତାଲିମ। ୬- ସ୍ପେଶାଲ ଇଣ୍ଟେନସିଭ୍ ରିଭ୍ୟୁର (SIR) ସଫଳ ସମାପ୍ତି । ୭- ଡିଜିଟାଲ୍ ଇଣ୍ଡେକ୍ସ କାର୍ଡର ଶୀଘ୍ର ବଣ୍ଟନ। ୮- ୱାନ୍ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ । ୯- ୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ବଣ୍ଟନ। ୧୦- ବୁଥ୍-ସ୍ତରୀୟ ଅଧିକାରୀଙ୍କ ପାଇଁ ପରିଚୟପତ୍ର। ୧୧- ଫର୍ମ ୧୭ ସି ଏବଂ ଇଭିଏମ୍ ମଧ୍ୟରେ ବିସଙ୍ଗତି ହେଲେ VVPAT ଗଣନା । ୧୨- ପୋଷ୍ଟାଲ୍ ବାଲଟର ପ୍ରାରମ୍ଭିକ ଗଣନା । ୧୩- ହାଇ-ରାଇଜ୍ ସୋସାଇଟିରେ ଅତିରିକ୍ତ ବୁଥ୍ । ୧୪- ୧୦୦ ମିଟର ବାହାରେ ଅଣ-ଆନୁଷ୍ଠାନିକ ପରିଚୟପତ୍ର ସ୍ଲିପ୍ ବୁଥ୍ । ୧୫- ରାଜନୈତିକ ଦଳଗୁଡ଼ିକ ଦ୍ବାରା BLA ବ୍ୟବହାର । ୧୬-ପୋଲିସ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ। ୧୭- ମତଦାନ ଏବଂ ଗଣନା କର୍ମଚାରୀଙ୍କ ପାରିଶ୍ରମିକ ଦ୍ୱିଗୁଣିତ କରାଯିବ।