LIVE TV

ଟ୍ରମ୍ପଙ୍କ ଭିତିରି ଷଡ଼ଯନ୍ତ୍ର: ଚୀନକୁ ଭିତରେ ସହଯୋଗ କରି ଭାରତର ଗୋଡ଼ ଟାଣୁଛି ଆମେରିକା  

NEWS7
trump's chabahar port waiver will hit delhi

ନୂଆଦିଲ୍ଲୀ: ଭାରତ ବିକଶିତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆମେରିକା ଯେ କୌଣସି ପ୍ରକାରରେ ଭାରତକୁ ରୋକିବାକୁ ଚେଷ୍ଟା କରୁଛି। ଏଥିପାଇଁ କେତେବେଳେ ଟ୍ୟାକ୍ସ ଲଗାଉଛି ତ ଆଉ କେତେବେଳେ ଏମିତି ପଦକ୍ଷେପ ନେଉଛି, ଯାହା ଭାରତ ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ୨୦୧୮ରେ ଆମେରିକା ଇରାନର ଚାବାହାର ପୋର୍ଟ ଉପରେ ଯେଉଁ ପ୍ରତିବନ୍ଧକ କୋହଳ କରିଥିଲା ତାକୁ ଏବେ ପ୍ରତ୍ୟାହାର କରି ନେଇଛି। ଯାହା ଭାରତ ପାଇଁ ଏକ ଶକ୍ତ ଝଟ୍‌କା। ବିଜନେଶ ବିଶେଷରେ ପଢ଼ନ୍ତୁ ରିପୋର୍ଟ ଭାରତର ପ୍ରଗତିରେ ଆମେରିକା ଅଡ଼ୁଆ।

ନିଜେ ଶକ୍ତିଶାଳୀ ହୋଇ ରହିବା ପାଇଁ ଆମେରିକା ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ସବୁବେଳେ ଅସ୍ଥିର କରିଥାଏ। ସେ ଅର୍ଥନୈତିକ ସ୍ତରରେ ହେଉ ବା ସିଧାସଳଖ ଯୁଦ୍ଧ କରି, ଆମେରିକା ସେହି ଦେଶମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରେ। ଯେମିତି ଏବେ ଭାରତ ସହିତ କରୁଛି। ପ୍ରଥମେ ଟାରିଫ ଓ ଏବେ ଚାବାହାର ପୋର୍ଟ ଉପରେ କଟକଣା ଲଗାଇ ଭାରତ ପାଇଁ ମଧ୍ୟ ଏସିଆର ପ୍ରବେଶ ପଥକୁ ବନ୍ଦ କରିବାକୁ ଯୋଜନା କରୁଛି।

ଭାରତକୁ ଆଗକୁ ବଢ଼ିବାକୁ ଦେଉନି ଆମେରିକା। ଭାରତ ଡାଳେ ଡାଳେ ଗଲେ ଆମେରିକା ପତ୍ରେ ପତ୍ରେ ଯାଇ ଅଡ଼ୁଆ ସୃଷ୍ଟି କରୁଛି। ପ୍ରଥମେ ଭାରତୀୟ ସାମଗ୍ରୀ ଉପରେ ମୋଟା ଅଙ୍କର ଟାରିଫ କଷି ଏହାର ରପ୍ତାନୀକୁ ପ୍ରଭାବିତ କଲା, ଆଉ ଏବେ ବ୍ୟବସାୟ ବଢ଼ାଇ ନଦେବାକୁ ଷଡ଼ଯନ୍ତ୍ର କରି ଚାବାହାର ପୋର୍ଟ ଉପରେ କଟକଣା ଲଗାଇଛି ଆମେରିକା। ୨୦୧୮ରେ ଏହି ପୋର୍ଟ ଉପରେ କଟକଣା କୋହଳ କରାଯାଇଥିଲା। ହେଲେ ଏବେ ଟ୍ରମ୍ପ ପ୍ରଶାସନ ଏହାକୁ ପ୍ରତ୍ୟାହାର କରି ନେଇ ପୁଣିଥରେ  କଟକଣା ଲାଗୁ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୯ ତାରିଖରୁ କଟକଣା କାର୍ଯ୍ୟକାରୀ ହେବ।  ଫଳରେ ବନ୍ଦରକୁ ଚଳାଇବା, ଟଙ୍କା ଦେବା କିମ୍ବା ଏହା ସହ ଜଡ଼ିତ କୌଣସି କାମ ପାଇଁ କମ୍ପାନିଙ୍କ ଉପରେ ଆମେରିକା ଜରିମାନା ଏବଂ କଟକଣା ଲଗାଇବ

ଆଉ ଆମେରିକାର ଏହି ନିଷ୍ପତ୍ତି ଭାରତକୁ ଶକ୍ତ ଝଟକା ଦେଇଛି କାରଣ ଚାବାହାର ପୋର୍ଟ ହେଉଛି ଭାରତ ପାଇଁ ମଧ୍ୟ ଏସିଆ ବଜାର ଓ ଆଫଗାନିସ୍ତାନ ପାଇଁ ଏକ ପ୍ରବେଶ ପଥ। ଏହାଦ୍ୱାରା ଭାରତ ପାକିସ୍ତାନର ଗ୍ୱାଦର ପୋର୍ଟକୁ ବାଇପାସ୍ କରି ଏହି ଦେଶଗୁଡ଼ିକ ସହିତ ସହଜ ବ୍ୟବହାସୟ କରିପାରିବ। ଏଥିରେ ଭାରତର କ୍ଷେତ୍ରୀୟ ଯୋଗାଯୋଗ, ବାଣିଜ୍ୟ ଏବଂ ଜିଓ ପଲିଟିକାଲ ଷ୍ଟ୍ରାଟେଜି ମଜଭୁତ ହେବ ଏହାକୁ ଆଖି ଆଗରେ ରଖି ଭାରତ ୨୦୨୪ରେ ଏହି ବନ୍ଦରର ପରିଚାଳନା ଦାୟିତ୍ୱ ପାଇଁ ୧୦ ବର୍ଷିଆ ଡିଲ୍କରିଥିଲା ଅର୍ଥାତ୍ ପୋର୍ଟକୁ ଲିଜ୍‌ରେ ନେଇଥିଲା। ଏହାର ବିକାଶ କାର୍ଯ୍ୟ ମଧ୍ୟ ଭାରତ କରୁଛି। ହେଲେ ଆମେରିକାର ଏହି କଟକଣା ସବୁ ବିଗାଡ଼ି ଦେବ। ସେପଟେ ଆମେରିକା କହିଛି ଅତ୍ୟଧିକ ଚାପ କାରଣରୁ ଆମେ ଏଭଳି ନିଷ୍ପତ୍ତି ନେଉଛୁ ହେଲେ ଟ୍ରମ୍ପ ସରକାରଙ୍କର ଭିତିରି ମସୁଧା କଣ ତାହା ସମସ୍ତଙ୍କୁ ଜଣା ପଡ଼ୁଛି।
ତେବେ ଭାରତକୁ ଛାଡ଼ିଦେଲେ ଇରାନରଏ ହି ବନ୍ଦର ଜରିଆରେ ବାଣିଜ୍ୟ କରୁଥିବା ସମସ୍ତ ଦେଶଙ୍କୁ ମଧ୍ୟ ଆମେରିକର ଏହି କଟଣାର ସାମ୍ନା କରିବାକୁ ପଡ଼ିବଚୀନ୍ର ପ୍ରଭାବକୁ ସନ୍ତୁଳନ କରିବା ପାଇଁ ହିଁ ଭାରତ ଇରାନ ସହ ଚାବାହାର ପୋର୍ଟକୁ ନେଇ ଚୁକ୍ତି କରିଥିଲା ଫଳରେ ଭାରତ ପାକିସ୍ତାନ ଗ୍ୱାଦର ପୋର୍ଟକୁ ବାଇପାସ କରି ସହଜରେ ଆଫଗାନିସ୍ତାନ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିପାରିବ। ତେବେ ଚୀନ ଏହି ଗ୍ୱାଦର  ପୋର୍ଟକୁ CPEC ଅର୍ଥାତ୍ ଚୀନ୍- ପାକିସ୍ତାନ- ଇକୋନୋମିକ୍କରିଡର ଅନୁଯାୟୀ ତିଆରି କରୁଛି। ଯାହାକୁ ଚ୍ୟାଲେଞ୍ଜ କରି ଭାରତ ଚାବାହାର ପୋର୍ଟ ଇଣ୍ଟରନ୍ୟାସନାଲ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ କରିଡର ଅର୍ଥାତ INSTC ଅଧୀନରେ ଏହାର ନିର୍ମାଣ କରୁଛି। ଯାହା ଭାରତ, ଇରାନ, ରୁଷ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟକୁ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଛି ଆଉ ଏହି କାରଣରୁ ଚାବାହାରକୁ ଗ୍ୱାଦର ପୋର୍ଟର ବିକଳ୍ପ ବୋଲି ଧରାଯାଉଛି ଆମେରିକା ପ୍ରତିବନ୍ଧକ କାରଣରୁ ଭାରତର ଏହି ରଣନୀତି ପ୍ରଭାବିତ ହୋଇପାରେ ଆଉ ଏହାର ସିଧା ଫାଇଦା ଚୀନ୍କୁ ମିଳିପାରେ ଗୋଟିଏ ପଟେ ଭାରତ ଏସିଆରେ ଚୀନ୍ର ପ୍ରଭାବକୁ କମ୍ କରିବାକୁ ଚେଷ୍ଟା କରୁଛି ଅନ୍ୟ ପଟେ ଆମେରିକା ପ୍ରତିବନ୍ଧକ ଲଗାଇ ଭାରତକୁ ପଛକୁ ଟାଣିବାରେ ଲାଗିପଡ଼ିଛି

ଚାବାହାର ପୋର୍ଟ ଦେଇ କାର୍ଯ୍ୟ ହେଲେ ଏଥିରେ ମାଲ ପରିବହନ ଶସ୍ତା ହେବା ସହିତ ସମୟ ମଧ୍ୟ ବଞ୍ଚିବ ୭ ହଜାର କିଲୋମିଟର ଲମ୍ବ ଏହି କରିଡର ଦ୍ୱାରା ଭାରତ ଇରାନରୁ ନେଇ ଆଫଗାନିସ୍ତା, ଅଜରବାଇଜାନ, ରୁଷ, ଆର୍ମେନିଆ, ମଧ୍ୟ ଏସିଆ ଏବଂ ୟୁରୋପ ମଧ୍ୟରେ ମାଲ ପରିବର୍ତ୍ତନ ସହଜ ହେବ ତେବେ ଆମେରିକା ପ୍ରତିବନ୍ଧକ କାରଣରୁ ଏହି କରିଡରର ବିକାଶରେ ବିଳମ୍ବ ହୋଇପାରେ ଯହା ଭାରତ ପାଇଁ ଏକ ବଡ଼ ରଣନୀତିକ ଏବଂ ଆର୍ଥିକ କ୍ଷତି ହେବ

ତଥ୍ୟ ଅନୁସାରେ, ଭାରତ ଚାବାହାର ପୋର୍ଟର ବିକାଶରେ ବଡ଼ ନିବେଶ କରିଛି ୨୦୨୪ରେ ଭାରତ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ (IPGL) ଦ୍ୱାରା ୧୦ ବର୍ଷ ପାଇଁ ଶାହିଦ ବେହେସ୍ତି ଟର୍ମିନାଲର ପରିଚାଳନା ପାଇଁ ଚୁକ୍ତି ହୋଇଛି ଯେଉଁଥିରେ ୧୨୦ ମିଲିୟନ ଡଲାରର ନିବେଶ ଏବଂ ୨୫୦ ମିଲିୟନ ଡଲାରର ଆର୍ଥିତ ସହଯୋଗ ବି ରହିଛି ଇରାନ୍ଦୀର୍ଘ ଦିନରୁ ଭାରତର ପରସ୍ପର ସହଯୋଗୀ ରହିଛି ଆଉ ଏହି କାରଣରୁ ଭାରତ ୨୦୦୩ରେ ଚାବାହାରକୁ ବିକଶିତ କରିବାରେ ସହଯୋଗ କରିବା ପ୍ରସ୍ତାବ ରଖିଥିଲା ଏହା ପରେ୨୦୧୬ରେ ପୋର୍ଟକୁ ବିକଶିତ କରିବା ପାଇଁ ଇରାନ ସହ ଏକ ବୁଝାମଣା କରାଯାଇଥିଲା ଯାହା ବାର୍ଷିକ ରିନ୍ୟୁ କରାଯାଉଛି ହେଲେ ୨୦୨୪ରେ ୧୦ ବର୍ଷ ପାଇଁ ଚୁକ୍ତି କରାଯାଇଥିଲା କିନ୍ତୁ ଏବେ ଯଦି ପ୍ରତିବନ୍ଧକ କାରଣରୁ ଭାରତ ପଛକୁ ହଟୁଛି ତେବେ​‌ ଇରାନ ସହ ସମ୍ପର୍କ ପ୍ରଭାବିତ ହୋଇପାରେ

ରିପୋର୍ଟ ଅନୁସାରେ, ୨୦୨୩ରେ ଇରାନକୁ ଭାରତର ରପ୍ତାନୀ ୧୪% ବଢ଼ି ୧.୬୬ ବିଲିୟନ ଡଲାର ହୋଇଛି ସେହିପରି ଇରାନରୁ ଆମଦାନୀ ୪୫% ବଢ଼ି ୬୭୨ ମିଲିୟନ ଡଲାର ହୋଇଛି ତେବେ ଆମେରିକା ୨୦୧୮ରେ କହିଥିଲା ଯେ, ଆଫଗାନିସ୍ତାନକୁ ଅଣପ୍ରତିବନ୍ଧକ ବସ୍ତୁର ଯୋଗାଣ ଏବଂ ପେଟ୍ରୋଲିୟମ ପ୍ରଡକ୍ଟର ଆମଦାନୀ ପାଇଁ ଛାଡ଼ ଦିଆଯାଉଛି ଏହାପରେ ୨୦୨୧ରେ ଭାରତ ଇରାନକୁ କୀଟନାଶକ ଔଷଧ ମଧ୍ୟ ପଠାଇଥିଲା  

ଭାରତ ଚାବାହାର ପୋର୍ଟରୁ ଆଫଗାନିସ୍ତାନକୁ ଗହମ, ବାସୁମତୀ ଚାଉଳ, ଚାହା, ଚିନି, ଔଷଧ ଏବଂ ଯନ୍ତ୍ରପାତି ପଠାଇଥାଏ ଏହି ବନ୍ଦରରୁ ୨୦୨୩ରେ ଭାରତ ଆଫଗାନିସ୍ତାନକୁ ୨୦ ହଜାର ଟନ୍ ଗହମ ପଠାଇଥିଲା ସେହିଭଳି ଇରାନରୁ ଭାରତ, ଡ୍ରାଏ ଫ୍ରୁଟ୍ସ, ସେଓ, ନାସପାତୀ, ଖଜୁରୀ, ବାଦାମ, ମିଥାନଲ, ଟେଲ୍ୟୁନ, କ୍ରୁଡ ଅଏଲ, ଲିକ୍ୱିଡ ବ୍ୟୁଟେନ, ପ୍ରୋପେନ ଏବଂ ମିନେରାଲ ଆଧାରିତ ଅଏଲ କିଣିଥାଏ। ହେଲେ ପ୍ରତିବନ୍ଧକ କାରଣରୁ ଏଭଳି ବାଣିଜ୍ୟିକ ଗତିବିଧିରେ ହ୍ରାସ ହୋଇପାରେ ଯାହାଦ୍ୱାରା ଭାରତର କ୍ଷେତ୍ରୀୟ ଆର୍ଥିକ ପ୍ରଭାବ କମ୍ ହୋଇପାରେ

ତେବେ ଆମେରିକାର ପ୍ରତିବନ୍ଧକ ସିଧାସଳଖ ଚୀନ୍ଏବଂ ପାକିସ୍ତାନକୁ ଫାଇଦା ପହଞ୍ଚାଇବ ଚାବାହାର ବନ୍ଦରର ବିକାଶ ଯଦି ବନ୍ଦ ହେଲା ତେବେ​‌ ପାକିସ୍ତାନର ଗ୍ୱାଦର ବନ୍ଦର ଏବଂ ଚୀନ୍ର କ୍ଷେତ୍ରୀୟ ମହତ୍ୱାକାଂକ୍ଷାକୁ ବଳ ମିଳିପାରେ ଦ୍ୱାଦର ବନ୍ଦର ଏପର୍ଯ୍ୟନ୍ତ ଏହାର ଉଦ୍ଦେଶ୍ୟରେ ସଫଳ ହୋଇନାହିଁ କିନ୍ତୁ ଚାବାହାରର ବିଫଳତାରୁ ତାକୁ ଫାଇଦା ମିଳିପାରେ ପୂର୍ବରୁ ହିଁ ଟ୍ରମ୍ପ ଟାରିଫ୍ର ଚାଲେଞ୍ଜ କରୁଥିବା ଭାରତକୁ ଏବେ ଏହି ନୂଆ ଅସୁବିଧା ସହ ଲଢ଼ିବାକୁ ହେବ ଏଥିପାଇଁ ଆମେରିକା ପକ୍ଷ ସହ କଥା କରି ରାସ୍ତା ବାହାର କରିବାକୁ ହେବ

ଜିଓ- ପଲିଟିକାଲ ବିଶ୍ଲେଷକ ବ୍ରହ୍ମା ଚେଲାନୀ ଏହାକୁ ଆମେରିକାର ଦଣ୍ଡାତ୍ମକ ପଦକ୍ଷେପ ବୋଲି କହିଛନ୍ତି ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି  ଯେ, ‘ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଚାପକୁ ଆହୁରି ବଢ଼ାଇଛନ୍ତି ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ୍ଲଗାଇବାକୁ ସନ୍ତୁଷ୍ଟ ନହୋଇ, ଏବେ ସେ ଭାରତ ପରିଚାଳନା କରୁଥିବା ଇରାନର ଚାବାହାର ବନ୍ଦର ପାଇଁ ୨୦୧୮ରେ ପ୍ରତିବନ୍ଧକ  ଛାଡ଼କୁ ରଦ୍ଦ କରି ଦଣ୍ଡାତ୍ମକ ପଦକ୍ଷେପ ଉଠାଇଛି’’

ଚେଲାନୀ ଆହୁରି କହିଛନ୍ତି କଟକଣା ଛାଡ଼ ଯୋଗୁ ଭାରତକୁ ୨୦୨୪ରେ ଚାବାହାର ବନ୍ଦରର ବିକାଶ ଏବଂ ପରିଚାଳନା ପାଇଁ ୧୦ ବର୍ଷର ଚୁକ୍ତି କରିବାକୁ ଅନୁମତି ମିଳିଥିଲା ଯାହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହ ଭାରତର ବ୍ୟବସାୟର ଏଣ୍ଟ୍ରି ଗେଟ ହେବା ସହ ଚୀନର ବେଲ୍ଟ ଆଣ୍ଡ୍ ରୋଡ୍ପ୍ରକଳ୍ପର ରଣନୀତୀ ଭାବେ ତିଆରି ହେଉଥିବା ପାକିସ୍ତାନର ଗ୍ୱାଦର ବନ୍ଦର ଏକ ଦୃଢ଼ ଜବାବ ଥିଲା’’

ଚେଲାନୀ ଆହୁରି ଲେଖିଛନ୍ତି ଯେ ପୂର୍ବରୁ ମଧ୍ୟ ଟ୍ରମ୍ପ ସରକାରଙ୍କର ପ୍ରଥମ କାର୍ଯ୍ୟକାଳରେ କଟକଣାକୁ ମାନି ଭାରତ ଇରାନ ଠାରୁ ତେଲ କିଣିବା ବନ୍ଦ କରିଦେଲା। ଯାହାର ଫାଇଦା ନେଇ ଚୀନ ଇରାନ ଠାରୁ ସବୁଠାରୁ ଶସ୍ତା ଦାମ୍‌ରେ ତେଲ କିଣିଲା। ଏହାଦ୍ୱାରା ଚୀନର ଶକ୍ତି କ୍ଷେତ୍ର ମଜଭୁତ ହୋଇଥିଲା। ଏଥର ବି ଟ୍ରମ୍ପ ସରକାରଙ୍କ ନିଷ୍ପତ୍ତି ଚୀନକୁ ଫାଇଦା ଦେବ ଓ ଭାରତକୁ କ୍ଷତି ପହଞ୍ଚାଇବ। ଟ୍ରମ୍ପଙ୍କ ଅଧିକ ଚାପର ଅର୍ଥ ସବୁବେଳେ ବିଜିଂ ପାଇଁ ଲାଭ ଦେଇଛି ଆଉ ଏହାର ମୂଲ୍ୟ ଭାରତକୁ ଦେବାକୁ ପଡ଼ିଛି ବୋଲି ଚେଲାନୀ କହିଛନ୍ତି।