LIVE TV

ପାକିସ୍ତାନ ବିପକ୍ଷରେ ଧମାକାଦାର ଇନିଂସ ପରେ ମୁହଁ ଖୋଲିଲେ ଅଭିଷେକ, କହିଲେ ଯେସାକୁ ତେସା

NEWS7
abhisek

ନୂଆଦିଲ୍ଲୀ ୨୨/୦୯: ଏସିଆ କପ୍‌ରେ ରବିବାର ହାଇଭୋଲଟେଜ୍ ମୁକାବିଲା । ମୈଦାନରେ ଦେଖିବାକୁ ମିଳିଥିଲା କଡ୍ଡା ମୁକାବିଲା । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ତେବେ ଏଥର ଏସିଆ କପ୍ ସୁପର-୦୪ ଥିଲା ସୁପର ଶୋ । କାରଣ ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା ଉତ୍ତେଜନା ଭଳି ସ୍ଥିତି । ମ୍ୟାଚ୍ ଆରମ୍ଭରୁ ପାକିସ୍ତାନୀ ଖେଳାଳି ଦେଖାଇଥିଲେ ରଙ୍ଗ ।

ଖାସ୍ କରି ବ୍ୟାଟିଂ ବେଳେ ଆରମ୍ଭ ହୋଇଥିଲା ପାକ୍‌ ବ୍ୟାଟରଙ୍କ ଆକ୍ଟିଂ । ସେତିକିରେ ସରନିଥିଲା ସେମାନଙ୍କ ହରକତ । ଅସଲ ଫାଇଟ୍ ସେତେବେଳେ ହୋଇଥିଲା ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲା ଭାରତୀୟ ବ୍ୟଟାର । ଆରମ୍ଭରୁ ପାକ୍ ବୋଲର ଦେଖାଇ ଚାଲିଥିଲେ ସେମାନଙ୍କ ସଇତାନୀ କାର୍ଯ୍ୟକଳାପ । ଦ୍ରୁତ ବୋଲର ହାରିସ୍ ରଉଫ୍ ଏବଂ ଶାହିନ୍ ଶାହ ଆଫ୍ରିଦି ଭାରତୀୟ କ୍ରିକେଟରଙ୍କୁ ଆରମ୍ଭ କରିଥିଲେ ସ୍ଲେଜିଂ । ଅଭିଷେକ ବର୍ମା ଓ ଶୁଭମିନ୍ ଗିଲଙ୍କ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବାକ୍ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । 

 

ଭାରତୀୟ ଓପନର୍ ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମା କ୍ରିଜକୁ ଆସିବା ସମୟରେ ପାକିସ୍ତାନୀ ଖେଳାଳିମାନେ ସେମାନଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲେ । ସ୍ଥିତି ଧୀରେ ଧୀରେ  ଗରମ ହେବାକୁ ଲାଗିଥିଲା । ଆଉ ଉଭୟ ଖେଳାଳି ଚୌକା ଏବଂ ଛକା ମାରି ପ୍ରତିପକ୍ଷକୁ ଦେଇଥିଲେ ଜବାବ । ତଥାପି ସରନିଥିଲା ସେମାନଙ୍କ କୂଟନୈତିକ ଚାଲ୍ । ସୀମା ଅତିକ୍ରମ ସ୍ଲେଜିଂ କରିବା ଆରମ୍ଭ କରଥିଲେ ପାକିସ୍ତାନୀ ଖେଳାଳିମାନେ । ଗିଲ ଓ ଅଭିଷେକ ବି ଜବାବ୍ ଦେଇଥିଲେ । ଏମିତି କିଛି କହିଥିଲେ ଯେଉଁଥିପାଇଁ ଅମ୍ପାୟାର ଗାଜି ସୋହେଲଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସେହିପରି ମ୍ୟାଚ୍ ଚାଲିଥିବା ବେଳେ ଶୁଭମନ୍ ଗିଲ୍ ଏବଂ ଶାହିନ ଆଫ୍ରିଦଙ୍କ ମଧ୍ୟରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା ।

ମ୍ୟାଚ୍ ପରେ ପ୍ରତିକ୍ରିୟା ରଖିଥିଲେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମା । ଅଭିଷେକ କହିଥିଲେ, ଆଜି ସବୁକିଛି ବହୁତ ସହଜ ଥିଲା । ସେମାନେ ବିନା କାରଣରେ ଆମ ଉପରେ ଆକ୍ରମଣ କରୁଥିବାର ମୋତେ ପସନ୍ଦ ଆସିନଥିଲା । ତେଣୁ ମୁଁ ସେମାନଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଭାବରେ ଖେଳିଥିଲି । ମୋର ଲକ୍ଷ୍ୟ ଥିଲା ଦଳ ପାଇଁ ପ୍ରଦର୍ଶନ କରିବା । ଆମେ (ଗିଲ୍ ଏବଂ ଅଭିଷେକ) ସ୍କୁଲ ଦିନରୁ ଏକାଠି ଖେଳୁଛୁ ଏବଂ ପରସ୍ପରର ସାଥ୍ ଉପଭୋଗ କରୁଛୁ । ଆଜି ଆମେ ଦୃଢ଼ ସଂକଳ୍ପବଦ୍ଧ ଥିଲୁ ଏବଂ ଆମେ ଏହା କରିଛୁ । ଗିଲ୍ କିପରି ପ୍ରତିକ୍ରିୟା ଦେଉଥିଲେ ତାହା ମୋତେ ପ୍ରକୃତରେ ପସନ୍ଦ ଆସିଥିଲା ।

ଯେତେବେଳେ ଆପଣ କାହାକୁ ଏପରି ଖେଳୁଥିବାର ଦେଖନ୍ତି, ମୁଁ ତାହା କରିବାକୁ ଚାହୁଁ । ତେବେ ଆରମ୍ଭରୁ ଆମର ଅନେକ ତ୍ରୁଟି ବିଚ୍ୟୁତି ରହିଥିଲା । ଥଥାପି ଆମେ କମ୍‌ବ୍ୟାକି କରିଥିଲୁ । ଆମେ ବ୍ୟାଟିଂ କରିବାକୁ ଆସିବା ପରେ ସେମାନଙ୍କ ହାବଭାବ ଆମକୁ ବହୁତ ଆଗ୍ରେସିଭ କରାଇଥିଲା । ସେମାନେ ଆମକୁ ସ୍ଲେଜ କଲେ, ଆମି ବି ଦେଲୁ ତାର ଉଚିତ୍ ଜବାବ୍ । ସେପଟେ ଗତ ଥର ପରି ଏଥର ବି ଟସ୍ ପଡ଼ିବା ସମୟରେ ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇନଥିଲେ ।