LIVE TV

ମେଲାଣି ନେଲେ ଜଗତଜନନୀ ମା’ ଦୁର୍ଗା, ବିନା ଡିଜେରେ ଶେଷ ହେଲା ଭସାଣି ଉତ୍ସବ

NEWS7
kk

ଭୁବନେଶ୍ୱର ୦୪।୧୦ : ଭୁବନେଶ୍ୱରରେ ଶେଷ ହେଲା ଭସାଣି ଉତ୍ସବ । ବିନା ଡିଜେରେ ଶେଷ ହେଲା ଭସାଣି ଉତ୍ସବ । ମେଲାଣି ନେଲେ ଜଗତଜନନୀ ମା ଦୁର୍ଗା । ଭୁବନେଶ୍ୱର ଭସାଣି ଉତ୍ସବ ସମିତିରେ ପାଖାପାଖି ୨୫ରୁ ଅଧିକ ମେଢ ସାମିଲ ହୋଇଥିଲେ । ଭସାଣି ସମିତି ତରଫରୁ ସମସ୍ତ ଦୁର୍ଗାପୂଜା କମିଟିର ସଭାପତି ଓ ସଂପାଦକଙ୍କୁ ସହିଦ ନଗର ମଣ୍ଡପ ସାମ୍ନାରେ ଥିବା ମଞ୍ଚରେ ମାଙ୍କ ଲଡୁ ଭୋଗ ପ୍ରଦାନ କରିବା ସହ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଷ୍ଟେସନ ବଜାର, ଝାରପଡ଼ା, ବାଣୀବିହାର ଦୁର୍ଗାମଣ୍ଡପ, ପଳାଶୁଣି, ରସୁଲଗୁଡ଼, ସତ୍ୟନଗର ଭଳି ୨୫ରୁ ଅଧିକ ମଣ୍ଡପ ଭସାଣିରେ ସାମିଲ ହୋଇଥିଲେ ।

ତେବେ ଚଳିତ ବର୍ଷା ଛାତି ଥରିଲା ଭଳି ଡିଜେ ମ୍ୟୁଜିତ ନଥିଲା ସତ କିନ୍ତୁ ତା ପରିବର୍ତ୍ତେ ପାରମ୍ପରିକ ବେଶଭୂଷା, ବାଜା ଓ ନୃତ୍ୟରେ ପୁରା ଜନପଥ କମ୍ପିଥିଲା । ଶ୍ରଦ୍ଧାଳୁମାନେ ବିନା ଡେଜି ମ୍ୟୁଜିକରେ ଶୃଙ୍ଖଳା ସହ ମାଙ୍କୁ ମେଲାଣି ଉତ୍ସବରେ ସାମିଲ ହୋଇଥିଲେ ଆନନ୍ଦ ଉଠାଇଥିଲେ । ରଙ୍ଗୀନ ଲାଇଟ, ପେପର ଫାୟାର, ସିଂହ ବାଜା, ମାଦଳ, ସିଆରପିଏଫ ଯବାନଙ୍କ ବ୍ରାସ ବ୍ୟାଣ୍ଡରେ ନାଚିଥିଲେ ଶ୍ରଦ୍ଧାଳୁ । ଶିବ ତାଣ୍ଡବ, ମେଲୋଡିର ତାଳେ ତାଳେ ନାଚିଥିଲେ ନର୍ତ୍ତକୀ। ସେହିପରି ସିଂହ, ବଣ ମଣିଷ, ଠେକୁଆ ମାସ୍କଟ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା। ସମ୍ବଲପୁରୀ ଗୀତରେ ଝୁମି ଥିଲେ ସମସ୍ତେ। ମଝିରେ ମଝିରେ ରିମିକ୍ସ ଗୀତରେ ନାଚି ଥିଲେ ଶ୍ରଦ୍ଧାଳୁ। ସମସ୍ତ ମେଢ଼ଗୁଡିକ ସମ୍ବର୍ଦ୍ଧିତ ହେବା ପରେ ସହିଦନଗରରୁ ରାଜମହଲ ପର୍ଯ୍ୟନ୍ତସାଣି ଯାତ୍ରାରେ ଯାଇଥିଲେ । ତାପରେ ବିଏମ୍‌ସି ପକ୍ଷରୁ ନିର୍ମିତ ହୋଇଥିବା କୃତ୍ରିମ ବିସର୍ଜନ ପୋଖରୀରେ ବିସର୍ଜନ କରାଯାଇଥିଲା । ସୁରକ୍ଷା ପାଇଁ ପୂଜା କମିଟି ଗୁଡିକ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା। ମାଙ୍କ ଶେଷ ଦର୍ଶନ ପୁରା ଜନପଥରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା।