News7 Logo

ବ୍ରାଉନ ସୁଗାର ବେପାରୀଙ୍କ ଉପରେ ପ୍ରହାର, ୪ ଗିରଫ, ୩୫ ଗ୍ରାମ ବ୍ରାଉନ ସୁଗାର ସହ କାର ଜବତ

NEWS7
Bhadrak

ଭଦ୍ରକ: ବ୍ରାଉନସୁଗାର୍ ବେପାରୀ ଙ୍କ ଉପରେ ଅପରେସନ ପ୍ରହାର । ଦୁଇ ମାମଲାରେ ଗିରଫ । କାର ଓ ବାଇକ୍ ସହ ୩୫ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି ଭଦ୍ରକ ସହରାଞ୍ଚଳ ପୋଲିସ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନାଧିକାରୀ ଙ୍କ ତତ୍ୱାବଧାନ ରେ ଭଦ୍ରକ ସହରରେ ଦୁଇଟି ବ୍ରାଉନ ସୁଗାର ବେପାରୀଙ୍କ ଉପରେ ଚଢାଉ ହୋଇଛି ।

ଚାରିଘରିଆ ଛକରେ ଏକ ହୋଣ୍ଡା କାରକୁ ଅଟକାଇବା ପରେ ସେଥିରେ ୨୫.୯୫ ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ହୋଣ୍ଡା କାର ସହ ନଗଦ ୧୦ ହଜାର ଟଙ୍କା ଜବତ ହୋଇଥିବା ବେଳେ କେନ୍ଦୁଝରର ଜଣ ଯୁବକଙ୍କୁ ଗିରଫ କରିଥିଲା ଟାଉନ ପୋଲିସ । ସେହିପରି ଗତକାଲି ବିଳମ୍ବିତ ରାତିରେ ସହରରେ ପେଟ୍ରୋଲିଙ୍ଗ ସମୟରେ  ଦୁଇ ଯୁବକଙ୍କୁ ସନ୍ଦେହ ଜନକ ଭାବେ ଅଟକାଇବାରୁ ୯.୭୯ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଗୋଟିଏ ପଶ୍ଚିମବଙ୍ଗ ନମ୍ବର ଥିବା ବାଇକରେ  ଭଦ୍ରକ ବଉଳ ପୋଖରୀର ରାଜା ମଳିକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଟାଉନ ପୋଲିସ ଦୁଇଟି ମାମଲାରେ ସମୁଦାୟ ୩୫.୭୪ ଗ୍ରାମ ବ୍ରାଉନ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।