LIVE TV

ଇସ୍ରାଏଲ-ହିଜବୋଲା ଯୁଦ୍ଧ ଖୋଲିଲା ଶାନ୍ତିର ରାସ୍ତା ... ଲେବାନନ ଓ ସିରିଆକୁ ନେଇ ନେତନ୍ୟାହୁଙ୍କ ପ୍ରତିକ୍ରିୟା

NEWS7
-

ନୂଆଦିଲ୍ଲୀ - ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କରିଛନ୍ତି ଦାବି। କହିଛନ୍ତି ଯେ , ହିଜବୋଲା ଚାଲିଥିବା ଯୁଦ୍ଧ ଲେବାନନ୍ ଏବଂ ସିରିଆ ସହିତ ଶାନ୍ତି ପାଇଁ ନୂତନ ପଥ ଖୋଲି ଦେଇଛି। କ୍ୟାବିନେଟ୍ ବୈଠକରେ ଉଦ‌ବୋଧନ ଦେଇ ସେ କହିଛନ୍ତି, "ଲେବାନନରେ ହିଜବୋଲା ଉପରେ ଆମର ନିର୍ଣ୍ଣାୟକ ବିଜୟ ଉତ୍ତର ପଡ଼ୋଶୀଙ୍କ ସହିତ ଶାନ୍ତିର ଏମିତି ସମ୍ଭାବନାକୁ ଜନ୍ମ ଦେଇଛି , ଯାହା ଆମର ସାମ୍ପ୍ରତିକ ସାମରିକ ଅଭିଯାନ ପୂର୍ବରୁ ଅକଳ୍ପନୀୟ ଥିଲା । ସେ ଆହୁରି କହିଛନ୍ତି ଯେ, ସିରିଆ ପକ୍ଷ ସହ ଆଲୋଚନା ଚାଲିଛି, ଯେଉଁଥିରେ କିଛି ସକାରାତ୍ମକ ପ୍ରଗତି ହୋଇଛି, କିନ୍ତୁ ଏକ ପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଏବେବି ଦୀର୍ଘ ପଥ ଯାତ୍ରା କରିବା ବାକି ଅଛି।

କ୍ୟାବିନେଟ ବୈଠକରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନେନ୍ୟାହୁ ସିରିଆ ସହ ଏକ ସୁରକ୍ଷା ଚୁକ୍ତିନାମା ଉପରେ ପ୍ରଗତି କଥା ଉଲ୍ଲେଖ କରିଥିଲେ, କିନ୍ତୁ ସ୍ପଷ୍ଟ କରି ଥିଲେ ଯେ, ଏହା ଶୀଘ୍ର ଚୂଡ଼ାନ୍ତ ହେବ ନାହିଁ। ସେ ଜୋର ଦେଇ କହିଛନ୍ତି ଯେ , ହିଜବୋଲା ଉପରେ ବିଜୟ ଇସ୍ରାଏଲର ଉତ୍ତର ସୀମାନ୍ତ ଦେଶଗୁଡ଼ିକ ସହିତ ଶାନ୍ତିର ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦ୍ୱାର ଖୋଲି ଦେଇଛି। ସେ କହିଛନ୍ତି, "ଆମେ ସିରିଆ ଲୋକଙ୍କ ସହ ଆଲୋଚନା କରୁଛୁ। କିଛି ଅଗ୍ରଗତି ହୋଇଛି, କିନ୍ତୁ ଏବେ ବହୁତ କିଛି ହାସଲ କରିବାକୁ ବାକି ଅଛି।

କହି ରଖୁଛୁ କି , ବୁଧବାର ଦିନ ସିରିଆର ରାଷ୍ଟ୍ରପତି ଅହମଦ ଅଲ-ଶରା ଇସ୍ରାଏଲ ସହ ଚାଲିଥିବା ସୁରକ୍ଷା ଆଲୋଚନା ଉପରେ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ , ଏହି ଆଲୋଚନା ଆଗାମୀ ଦିନରେ ସକାରାତ୍ମକ ଫଳାଫଳ ଆଣି ପାରେ। ସୁରକ୍ଷା ଚୁକ୍ତିନାମାକୁ "ଅତ୍ୟାବଶ୍ୟକ ଆବଶ୍ୟକତା" ବୋଲି କହି, ଶରା ସର୍ତ୍ତଖିଛନ୍ତି ଯେ , ଏହା ସିରିଆର ଆକାଶମାର୍ଗ ଏବଂ କ୍ଷେତ୍ରୀୟ ସାର୍ବଭୌମତ୍ୱ ସମ୍ପୂର୍ଣ ସମ୍ମାନ କରେ ଏବଂ ଜାତିସଂଘ ଦ୍ୱାରା ତଦାରଖ କରାଯିବ। ବର୍ତ୍ତମାନ, ଡାମାସ୍କସ୍ ଏବଂ ତେଲ ଅଭିଭ ମଧ୍ୟରେ ଚାଲିଥିବା ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସ୍ରାଏଲର ବିମାନ ଆକ୍ରମଣ ବନ୍ଦ କରିବା ଏବଂ ଦକ୍ଷିଣ ସିରିଆରୁ ଇସ୍ରାଏଲର ସୈନ୍ୟଙ୍କ ପ୍ରତ୍ୟାହାର ସୁନିଶ୍ଚିତ କରିବା।