ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଜଣେ ସଫ୍ଟୱେୟାର ଇଂଜିନିୟର ହୋଇଛନ୍ତି ଠକେଇର ଶିକାର। ଅଭିଯୋଗ କରି ସେ କହିଛନ୍ତି ଯେ, ୧ଲକ୍ଷେ ୮୬ ହଜାର ଟଙ୍କାର ଅନ୍‌ଲାଇନ୍‌ ଦେୟରେ ଇ-କମର୍ସରୁ ସାମସଙ୍ଗ ଗାଲାକ୍ସି ଜି ଫୋଲ୍ଡ ୭ ସ୍ମାର୍ଟଫୋନ୍‌ ମଗାଇ ଥିଲେ, କିନ୍ତୁ ତାଙ୍କୁ ଏହି ସ୍ମାର୍ଟଫୋନର ଯେଉଁ ପ୍ୟାକେଟ୍‌ ମିଳିଲା, ତାକୁ ଖୋଲିବା ପରେ କେବଳ ପଥର(ଟାଇଲ୍‌)ର ଖଣ୍ଡ ମିଳିଲା। ପୁଲିସ ଅନୁସାରେ , ୟେଲଚେନହଲ୍ଲିରେ ରହୁଥିବା ପ୍ରେମନାନନ୍ଦ ଫୋନ୍‌ ପାଇଁ ଅର୍ଡର କରଥିଲେ ଏବଂ ଏହି ଘଟଣା ପରେ ସେ ପୁଲିସରେ ଅଭିଯୋଗ ଦାଖଲ କରାଇଥିଲେ।

ଅଭିଯୋଗ ମୁତାବିକ ,ପ୍ରେମନାନନ୍ଦ ୧୪ ଅକ୍ଟୋବରରେ ଏକ ଇ-କମର୍ସ ପ୍ଲାଟଫର୍ମରୁ ଏହି ଫୋନ୍‌ର କ୍ରୟ କରିଥିଲେ ଏବଂ ନିଜର କ୍ରେଡିଟ୍‌ କାର୍ଡର ବ୍ୟବହାର କରି ଅନ୍‌ଲାଇନ୍‌ ଦେୟ କରିଥିଲେ।ସ୍ମାର୍ଟଫୋନ୍‌ର ସପ୍ଲାଇ ନାମରେ ତାଙ୍କୁ ଏକ ପ୍ୟାକେଟ୍‌ ୧୯ ଅକ୍ଟୋବର ସନ୍ଧ୍ୟା ସମୟ ପ୍ରାୟ ୪ଟା ୧୬ ମିନିଟ୍‌ରେ ପାଇଥିଲେ। ସେ ପ୍ୟାକେଟ୍‌କୁ ଖୋଲିବା ବେଳେ ଭିଡ଼ିଓ କରିଥିଲେ। ସେ ସ୍ମାର୍ଟଫୋନ୍‌ ସ୍ଥାନରେ ପ୍ୟାକେଟ୍‌ରେ କେବଳ ଧଳା ରଙ୍ଗର ଟାଇଲ୍‌ର ଖଣ୍ଡ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ।

ପ୍ରେମନାନନ୍ଦ ପ୍ରଥମେ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟଲ (ଏନସିଆରପି)ରେ ଅଭିଯୋଗ ରୁଜୁ କରାଇ ଥିଲେ ଏବଂ ପରେ ସ୍ଥାନୀୟ ପୁଲିସକୁ ସଂପର୍କ କରିଥିଲେ। ଯିଏ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮ (୪) ଠକେଇ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬ ଡି (କମ୍ପୁଟର ସମ୍ୱଳର ବ୍ୟବହାର କରି ଠକେଇ) ଅନୁସାର ଏଫଆଇଆର ରୁଜୁ କରାଇଥିଲେ। ପୁଲିସର କହିବାନୁସାରେ , ମାମଲାର ଯାଞ୍ଚ ଜାରି ରହିଛି। ଏହି ଖବରକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ହଙ୍ଗାମା ଆରମ୍ଭ ହୋଇ ଯାଇଛି। ଇଣ୍ଟରନେଟ୍‌ ୟୁଜର୍ସ ଇ-କମର୍ସ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାର ଦାବି କରୁଛନ୍ତି।