LIVE TV

ବିସିସିଆଇ ଓ ପିସିବି ମଧ୍ୟରେ ବଢିଲା ବିବାଦ....ଖେଳାଳିଙ୍କ ଅଶୋଭନୀୟ ଆଚରଣ ନେଇ ଫେରାଦ୍

NEWS7
pcb icc

ନୂଆଦିଲ୍ଲୀ ୨୫/୦୯:  ପାକିସ୍ତାନ ଖେଳାଳିଙ୍କ ଅଭଦ୍ର ଆଚରଣ ନେଇ ICCରେ ଫେରାଦ ହେଲା BCCI । BCCI ଏବଂ PCB ମଧ୍ୟରେ ବଢିଲା ବିବାଦ। ରବିବାର ଖେଳାଯାଇଥିବା ଭାରତ ପାକ୍ ମ୍ୟାଚରେ ପାକିସ୍ତାନ ଖେଳାଳି ଦେଖାଇଥିଲେ ଔଦ୍ଧତ୍ୟ । ଏହାକୁ ନେଇ ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲରେ ଅଭିଯୋଗ କରିଛି BCCI। ସାହିବଜାଦା ଫରହାନ ଏବଂ ହାରିସ ରୌଫଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଏହି ମ୍ୟାଚରେ ପାକିସ୍ତାନକୁ ୬ ୱିକେଟ୍ ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଥିଲା ଭାରତ। ତେବେ ଏହି ମ୍ୟାଚ ସମୟରେ ପାକିସ୍ତାନବ୍ଯାଟମ୍ଯାନ ଫରହାନ ଅର୍ଦ୍ଧଶତକ ହାସଲ ପରେ ବନ୍ଧୁକ ଚଳାଇବା ଢଙ୍ଗରେ ନଜର ଆସିଲେ । ବ୍ୟାଟକୁ ବନ୍ଧୁକ ଷ୍ଟାଇଲରେ ଧରି ଦର୍ଶକଙ୍କ ଆଡକୁ ଦେଖାଇଥିଲେ । ସାହିବଜାଦା ଫରହାନଙ୍କର ଏପରି ବିବାଦୀୟ ଢଙ୍ଗକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଥିଲା। ସେହିପରି ଅପରେସନ ସିନ୍ଦୁରକୁ ନେଇ ରୌଫ ବିବାଦୀୟ ଇଙ୍ଗିତ କରିଥିଲେ ।

ଯେତେବେଳେ ରୌଫ ସୀମା ରେଖା ନିକଟରେ ଠିଆ ହୋଇଥିଲେ, ଭାରତୀୟ ପ୍ରଶଂସକମାନେ ତାଙ୍କୁ "ବିରାଟ କୋହଲି" ବୋଲି ନାରା ଦେଇ ଉପହାସ କରିଥିଲେ। ଜବାବରେ, ରୌଫ ତାଙ୍କ ଆଙ୍ଗୁଠି ସାହାଯ୍ୟରେ ୬-୦ ଇଙ୍ଗିତ କରିଥିଲେ। ଏହି ଇଙ୍ଗିତ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ସୀମାରେ ଘଟିଥିବା ସଂଘର୍ଷ ସମୟରେ ପାକିସ୍ତାନର ଦାବିକୁ ଇଙ୍ଗିତ କରୁଛି । ଯେଉଁଥିରେ ପାକିସ୍ତାନ ଛଅଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିଥିଲା ।