ତାତିରୁ ମିଳୁନି ନିସ୍ତାର, ୪୪ ପାର୍ କଲା ୫ ସହରର ତାପମାତ୍ରା

Published By : Prameya-News7 Bureau | April 29, 2024 IST

ଭୁବନେଶ୍ବର ।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ବି ତାତି ଜୋର । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ସୋମବାର ୪୪ ପାର୍ କରିଛି ୫ ସହରର ତାପମାତ୍ରା । ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବାରିପଦାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧, ତାଳଚେର ଓ ଭବାନୀପାଟଣାରେ ୪୪, ଟିଟିଲାଗଡ଼ରେ ୪୩.୫, ଢେଙ୍କାନାଳରେ ୪୩.୨, ନୟାଗଡ଼, ମାଲକାନଗିରି, ବଲାଙ୍ଗିର, କେନ୍ଦୁଝର ଓ ନୂଆପଡ଼ାକେ ୪୩ ଡିଗ୍ରୀ ରେକର୍ଡ ।

ସୋମବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ କେନ୍ଦୁଝର ସବୁଠୁ ଉତ୍ତପ୍ତ ଥିଲା। କେନ୍ଦୁଝରରେ ୪୩, ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, ରାଉରକେଲାରେ ୪୧.୮, ବାଲେଶ୍ୱରରେ ୪୧.୪, ଭୁବନେଶ୍ୱରରେ ୪୧.୩, ଚାନ୍ଦବାଲିରେ ୪୦.୭, ପୁରୀରେ ୩୪.୬, ଗୋପାଳପୁରରେ ୩୩.୨, ପାରାଦୀପରେ ୩୩.୧ ଡିଗ୍ରୀ ରହିଥିଲା ।

ସେହିଭଳି ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱରରେ ୪୧.୪, କେନ୍ଦୁଝରରେ ୪୧, ଭୁବନେଶ୍ୱରରେ ୪୦.୪, ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯, ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨, ପୁରୀରେ ୩୩.୮, ଗୋପାଳପୁରରେ ୩୩.୨, ପାରାଦୀପରେ ୩୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ସେପଟେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ  କଟକ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଥିଲା। ସେହିଭଳି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ରାଜଧାନୀ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା ।

 

 

 

 You Can Read :

୪୩ ଛୁଇଁଲା ପାରଦ, ସାଢ଼େ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.