ବଡ଼ବିଲ: ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ମାଫିଆ ବାବୁଲି ବେହେରାକୁ ଗିରଫ କରିବା ସହ ୧୦ ଜଣ ଚୋରା ଗଞ୍ଜେଇର ଖୁଚୁରା ବେପାର କରୁଥିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ୍। 

ସୂଚନା ଅନୁଯାୟୀ, ବଡ଼ବିଲ ଧୋବି ହଟିଂ ଅଞ୍ଚଳର ବାବୁଲି ବେହେରା ଝାଡ଼ଖଣ୍ଡରୁ ଗଞ୍ଜେଇ ଆଣି ସୟାବାଲି ଫୁଟବଲ୍ ପଡ଼ିଆ ନିକଟରେ ବେପାରୀଙ୍କୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବାବେଳେ ପୋଲିସ୍ ତାକୁ ଅତର୍କିତ ଭାବରେ ମାଡ଼ି ବସିଥିଲା  । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତା'ନିକଟରୁ ୨୧ କେଜି ୮୯୫ ଗ୍ରାମର ଗଞ୍ଜେଇ ଓ ଏକ ମୋବାଇଲ୍ ଫୋନ୍ ଜବତ୍ ହୋଇଥିବା ପୋଲିସ୍ ସୂଚନା ଦେଇଛି । 

Also read: ଉଦଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପୋଲିସ ଖୋଲିଲା ସତ

ପରେ ଘଟଣାର ଛାନଭିନ କରି ବାବୁଲି ବେହେରା ଠାରୁ ଚୋରା ଗଞ୍ଜେଇ କିଣି ବଡ଼ବିଲ ଓ ଆଖପାଖ ଅଂଚଳରେ ବିକ୍ରୟ କରୁଥିବା ୧୦ ଜଣ ଦୋକାନୀଙ୍କୁ ଗିରଫ କରାଯାଇଥିବା ବଡ଼ବିଲ ଏସଡିପିଓ ସୂଚନା ଦେଇଛନ୍ତି ।  ଏମାନେ ବିଭିନ୍ନ କିସମର ଦୋକାନ କରିଥିବା ବେଳେ, ଲୁଚାଇ ଗଞ୍ଜେଇ କାରବାର କରୁଥିଲ ।  ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।