ଭୁବନେଶ୍ଵର: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ବୃଦ୍ଧା। ସରକାରଙ୍କ ନିୟମକୁ ଫୁ କରିଦେଲେ ବ୍ଳକ ପ୍ରଶାସନ ଓ ବ୍ୟାଙ୍କ ମ୍ୟାନେଜର। ବ୍ୟାଙ୍କ ମ୍ୟାନେଜର ବୃଦ୍ଧାଙ୍କ ପୁଅକୁ ଭତ୍ତା ଟଙ୍କା ନ ଦେଇ ଫେରାଇ ଦେବାରୁ ପୁଅ ଅଢେଇ କିମି ରାସ୍ତାରେ ମାଆକୁ ଟ୍ରଲିରେ ଶୁଆଇ ଟାଣିଟାଣି ନେଇଥିଲେ ବ୍ୟାଙ୍କକୁ ଭତ୍ତା ଟଙ୍କା ପାଇଁ। ଏଭଳି ବିକଳ ଚିତ୍ର ଆସିଛି କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଚାହାପଡା ପଂଚାୟତ ଭଂରାଜ ଅଞ୍ଚଳରୁ।
Also read: ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ, ପ୍ରଥମରୁ ଅଷ୍ଟମ ୫୫ଟି ବହି ବଦଳାଇବାକୁ ନିଷ୍ପତ୍ତି
ଭତ୍ତା ଟଙ୍କା ପାଇଁ ଭଂରାଜ ଅଞ୍ଚଳର ବୃଦ୍ଧା ଶ୍ରୀମତୀ ସାହୁଙ୍କୁ ପୁଅ ବନ୍ଧୁସୂଦନ ସାହୁ ଟ୍ରଲିରେ ବୋହିନେଇ ଯାଇଥିଲେ କାନାରା ବ୍ୟାଙ୍କ ଛତ୍ରତୋଟାକୁ । ବ୍ୟାଙ୍କ ମ୍ୟାନେଜର ତାଙ୍କ ମାଆଙ୍କୁ ଦେଖିବା ପରେ ଭତ୍ତା ଦେଇଥିଲେ। ଆଉ କହିଥିଲେ ମାଆଙ୍କୁ ଦେଖିଲେ ଭତ୍ତା ଟଙ୍କା ଦେବୁ। ବୃଦ୍ଧାଙ୍କ ପୁଅ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି। କିଭଳି ବ୍ୟାଙ୍କ ମ୍ୟାନେଜର ନିୟମ ନ ମାନି ମନା କଲେ ଘଟଣା ବିଷୟରେ ବଖାଣିଛନ୍ତି ପୁଅ। ସେ କହିଛନ୍ତି ସରକାରଙ୍କ ନିୟମ କାନୁନକୁ ପ୍ରଶାସନ ଓ ବ୍ୟାଙ୍କ ମ୍ୟାନେଜର ଫୁ କରିଉଡାଇ ଦେଇଛନ୍ତି। ଏ ନେଇ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଷ୍ଟାଫ କମ ଥିବାରୁ ଏମିତି ଘଟଣା ଉପୁଜିଛି।