‘ମୁଁ ଆଜନ୍ମ କଂଗ୍ରେସୀ’, RSS ପ୍ରାର୍ଥନା ଗାନ କରି କ୍ଷମା ମାଗିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 26, 2025 IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆରଏସ୍‌ଏସ୍ ପ୍ରାର୍ଥନା ଗାନ ଉପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ମାଗିଛନ୍ତି । ଡିକେ ଶିବକୁମାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅଛନ୍ତି । ବିରୋଧୀ ବିଚାରଧାରା ଥିବା ସଂଗଠନର ପ୍ରାର୍ଥନା ଗାନ ଯୋଗୁ ଦଳ ଭିତରେ ତାଙ୍କୁ ସମାଲୋଚନା ସାମନା କରିବାକୁ ପଡ଼ିଥିଲା । ଏହ ବ୍ୟତୀତ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଗୋଷ୍ଠୀର ନେତାମାନେ ତାଙ୍କୁ ଘେରିବା ସହ ଆକ୍ସନ ପାଇଁ ଶୀର୍ଷ ନେତୃତ୍ୱଙ୍କ ପାଖରେ ଦାବି କରୁଥିଲେ । 

ଏହାରି ଭିତରେ ବିବାଦ ବଢୁଥିବା ଦେଖି ଡିକେ ଶିବକୁମାର କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ବିଧାନସଭାରେ ସଂଗଠନର ଗୀତ ଗାନ ଉପରେ ଯଦି କାହାର ଭାବନାକୁ ଆଘାତ ପହଞ୍ଚିଛି ତେବେ ଏଥିପାଇଁ କ୍ଷମା ମାଗୁଛି । ମୁଁ ଜଣେ କଂଗ୍ରେସୀ ଓ ମଲା ଯାଏ କଂଗ୍ରେସୀ ହୋଇ ରହିବି ।

ଶିବକୁମାର କର୍ଣ୍ଣାଟକ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି । ବିଧାନସଭା ଭିତରେ ଆରଏସ୍‌ଏସ୍‌ର ପ୍ରାର୍ଥନା ଗାନ କରି ସମସ୍ତଙ୍କୁ ଚକିତ କରାଇଥିଲେ । ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଜୁନ୍ ୪ରେ ଦଳଚକଟା ଘଟଣା ଉପରେ ଅଗଷ୍ଟ ୨୧ରେ ଚର୍ଚ୍ଚା ବେଳେ ଆରଏସ୍‌ଏସ୍ ପ୍ରାର୍ଥନା ନମସ୍ତେ ସଦା ବତ୍ସଲେ...କିଛି ପଂକ୍ତି ଗାନ କରିଥିଲେ । ଆଜି କହିଛନ୍ତି, 'ମୁଁ କାହାଠାରୁ ବଡ଼ ନୁହେଁ, ମୋର ଜୀବନ ସମସ୍ତଙ୍କୁ ଶକ୍ତି ଦେବା ପାଇଁ । ମୁଁ ସମସ୍ତଙ୍କ ସହ ଅସୁବିଧା ସମୟରେ ଠିଆ ହୋଇଛି । ଆମ ବି ସେମାନଙ୍କ ସହ ଅଛି...ମୁଁ ଜଣେ ସଚ୍ଚୋଟ କଂଗ୍ରେସୀ ହେବା କାରଣରୁ କାହାର ଭାବନାକୁ ଆଘାତ ପହଞ୍ଚାଇ ପାରିବି ନାହିଁ ।'

ସେ ଆହୁରି କହିଛନ୍ତି, 'ଯଦି ଆପଣ ମୁଁ କ୍ଷମା ମାଗେ ବୋଲି ଚାହାନ୍ତି ତେବେ ମୁଁ ରାଜି ଅଛି । ସବୁ କଂଗ୍ରେସୀ ଓ ବିରୋଧୀ ଦଳଗୁଡ଼ିକୁ ସମ୍ଭବତଃ ଏଥିରୁ ଆଘାତ ପହଞ୍ଚିଛି । ଯଦି ମୁଁ କିଛି ଭୁଲ କରୁଥିବା ଆପଣ ଭାବୁଛନ୍ତି, ଯାହା କି ମୁଁ କରି ନାହିଁ, ତେବେ ମୁଁ କ୍ଷମା ପ୍ରାର୍ଥନା ପ୍ରସ୍ତୁତ ଅଛି । ମୁଁ ଆଜନ୍ମ କଂଗ୍ରେସୀ ଓ ମଲା ଯାଏ କଂଗ୍ରେସୀ ହୋଇ ରହିବି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.