ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ, ପ୍ରଥମରୁ ଅଷ୍ଟମ ୫୫ଟି ବହି ବଦଳାଇବାକୁ ନିଷ୍ପତ୍ତି

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ବଦଳିବ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ । ୨୦୨୬-୨୭ ଶିକ୍ଷାବର୍ଷରୁ ସାରା ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ । ପ୍ରଥମରୁ ଅଷ୍ଟମ ୫୫ଟି ବହି ବଦଳାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । କରିକୁଲମ୍ ଫ୍ରେମୱର୍କ ଷ୍ଟିୟରିଂ କମିଟିର ଅନୁମୋଦନ ପରେ NCERT ଢାଞ୍ଚାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ SCERT । 

ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ  ଏହିସବୁ ପୁସ୍ତକ ପ୍ରସ୍ତୁତି  କରାଯିବ । ପୁସ୍ତକର ମୂଲ୍ୟବୋଧ ଶିକ୍ଷା ସାମିଲ କରାଯିବ । ନୂଆ ପାଠ୍ୟକ୍ରମ ନେଇ ଶିକ୍ଷକ ମାନଙ୍କୁ ତାଲିମ ଦେବ ଗଣ ଶିକ୍ଷା ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

You Can Read:

ପାରା ଫେନସିଂ ବିଶ୍ୱ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିବେ ଗଜପତିର ପୂଜାସ୍ୱିନୀ ନାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.