୩୬ ଘଣ୍ଟା ପରେ ବି ନିଖୋଜ ଯୁବକଙ୍କ ମିଳିନି ପତ୍ତା, ଡ୍ୟାମର୍‌ ଖୋଜୁଛି ଓଡ୍ରାଫ ଟିମ୍

Published By : Prameya-News7 Bureau | March 28, 2024 IST

ବାଲିଗୁଡା ୨୮/୦୩: ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା । ଡ୍ୟାମରେ ଖୋଜୁଛନ୍ତି  ଓଡ୍ରାଫ୍ ଟିମ୍ । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଚାଲିଛି ଉଦ୍ଧାର କାର୍ଯ୍ୟ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଇବନ୍ଧା ଡ୍ୟାମରେ ନିଖୋଜ ଯୁବକଙ୍କ ମିଳୁନି ପତ୍ତା । ତେବେ ନିଖୋଜ ହେବାର ୩୬ ଘଣ୍ଟା ପରେ ବି କିଛି ଖୋଜ ଖବର ନାହିଁ । 


ବାଲିଗୁଡା ଅଗ୍ନିଶମ କାର୍ଯ୍ୟାଳୟରେ ଯନ୍ତ୍ରପାତି ଅଭାବରୁ ଅଗ୍ନିଶମ କର୍ମଚାରୀ ସନ୍ଧାନ ପାଇବାରେ ବିଫଳ ହୋଇଥଲା । ଏଥିରେ ଅତିଷ୍ଠ ହୋଇ ଓଡ୍ରାଫ ଟିମ୍ ଦ୍ଵାରା ଉଦ୍ଧାର କରିବା ଦାବି ନେଇ ସ୍ଥାନୀୟ ବାସିନ୍ଦା ରାଜପଥ ଅବରୋଧ କରିଥିଲେ । ସକାଳୁ ସକାଳୁ ଛତ୍ରପୁର ଅଷ୍ଟମ ବାଟାଲିୟନର ଓଡ୍ରାଫ ଟିମ୍ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜୁଛି । ସୂଚନାଥାଉକି, ଯେ ବାଲିଗୁଡ଼ା ନୂଆସାହିର ମଧୁସୂଦନ ବିଷୋୟୀ ସାଙ୍ଗ ସାଥିଙ୍କ ଗହଣରେ ଦଣ୍ଡପଦର୍ ସ୍ଥିତ ଗୁଇବନ୍ଧା ଡ୍ୟାମରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ନିଖୋଜ ହୋଇଥିଲେ । 


  • baliguda
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.