LIVE TV

ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତ

NEWS7
baji

ଢେଙ୍କାନାଳ ୦୫।୧୦ : ବିଶ୍ୱର ସର୍ବକନିଷ୍ଠ ସହିଦ ବୀର ବାଜି ରାଉତଙ୍କର ଆଜି ଜନ୍ମଦିବସ। ୧୯୩୮ ମସିହାରେ ଭୁବନ ନୀଳକଣ୍ଠପୁର ଗାଁରେ ଜନ୍ମିତ ଏହି ୧୨ବର୍ଷର ବାଳକ ବ୍ରାହ୍ମଣୀ ନଦୀ ଘାଟରେ ଇଂରେଜଙ୍କ ଗୁଳିରେ ଦେଶ ପାଇଁ ପ୍ରାଣବଳି ଦେବାକୁ ଭୁଲିନଥିଲେ। ଆଉ ଆଜି ସେହି ବୀର ସହିଦଙ୍କ ଜନ୍ମଦିନର ଶହେ ବର୍ଷ ପୂର୍ତ୍ତି ଅବସରରେ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି ରାଜ୍ୟ ସରକାର ।

​​​​​​​

ନିକଜଣପୁର ଗାଁରେ ଏକ ଗରିବ ଖଣ୍ଡାୟତ ପରିବାରରେ ବାଜି ରାଉତ ଜନ୍ମ । ସେ ପିଲାବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ମା' ଅନ୍ୟ ଘରେ କାମ କରି ପଢାଉଥିଲେ। ହେତୁ ପାଇଲା ପରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ପରିବାରଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ( ବୀର ବୈଷ୍ଣବ ନାମରେ ଜଣା) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କରିଥିଲେ, ସେତେବେଳେ ଚାକି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ । ଇଂରେଜ ସରକାରଙ୍କ ରାଜତ୍ଵ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରରେ ଜର୍ଜରିତ ହେଉଥିଲେ ।

ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସର କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଇବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ଏହି ଦୁଇଭାଗ ମଧ୍ୟରୁ ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ୁଥିଲା । ସେହି ସମୟରେ ମୁଣ୍ଡ ଟେକିଥିଲା ଗଡଜାତ ଆନ୍ଦୋଳନ ।

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ, ସେ ପ୍ରଜାମଣ୍ଡଳର ସିପଦୀ ସାଜିଥିଲେ । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧ‌ି ଉପରେ ନଜର ରଖି କ୍ୟାମ୍ପକୁ ଖବନ୍ତ ଦେବ । ଏଥିସହିତ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସମାନେ ପ୍ରଜାମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ । ପୋଲିସର ଧମକ ଚମକ ସତ୍ତ୍ୱେ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କରିଥିଲେ । ବାଜି ରାଜତଙ୍କ ସହିତ ଆହୁରି ଅନେକ ଲୋକ ସେଠାରେ ସହିଦ ହୋଇଥିଲେ । ତେବେ ଏତେ କମ ବୟସରେ ଦେଶପାଇଁ ଜୀବନ ବଳି ଦେଇଥ‌ିବାରୁ ସମସ୍ତେ ତାଙ୍କୁ ଆଜି ବି ମନେପକାଇ ଥାଆନ୍ତି ।