Vi ଲଞ୍ଚ୍ କଲା ଇଣ୍ଡଷ୍ଟ୍ରିର ସବୁଠୁ ଶସ୍ତା ପ୍ଲାନ, ୧ ଟଙ୍କାରେ ମିଳିବ ଏହି ସବୁ ଲାଭ

Published By : Prameya-News7 Bureau | May 17, 2024 IST

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନିଗୁଡ଼ିକ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ପ୍ଲାନର ରିଚାର୍ଜ ଅଫର୍ ଦେଉଛନ୍ତି । ଏବେ ଦେଶର ତୃତୀୟ ସବୁଠୁ ବଡ଼ ଟେଲିକମ କମ୍ପନି ଭିଆଇ ଏପରି ଏକ ପ୍ଲାନ୍ ଆଣିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଆଇ ପକ୍ଷରୁ ଟେଲିକମ୍ ଉଦ୍ୟୋଗର ଆଜି ଯାଏର ସବୁଠୁ ଶସ୍ତା ପ୍ଲାନ୍ ଅଫର୍ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ଯେତେବେଳେ ଭୋଡାଭୋନ ହଚ୍ ନାଁରେ ପରିଚିତ ଥିଲା, ସେତେବେଳେ କମ୍ପାନି ପକ୍ଷରୁ ସବୁଠୁ ଛୋଟିଆ ୪ ଟଙ୍କାର ରିଚାର୍ଜ ପ୍ଲାନ୍ ଲଞ୍ଚ କରାଯାଇଥିଲା । ସେହି ସମୟରେ କମ୍ପାନି ଏହାକୁ ଛୋଟ ରିଚାର୍ଜ ନାଁରେ ଅଫର୍ କରୁଥିଲା । ଏବେ କମ୍ପାନି ଅନେକ ବର୍ଷ ପରେ ୪ ଟଙ୍କାରୁ ବି ଶସ୍ତା ରିଚାର୍ଜ ପ୍ଲାନ୍ ଗ୍ରାହକଙ୍କ ପାଇଁ ଆଣିଛି । ଭିଆଇ ପକ୍ଷରୁ ନିଜ ୟୁଜର୍ସଙ୍କ ପାଇଁ ୧ ଟଙ୍କାର ପ୍ଲାନ ଲଞ୍ଚ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଭିଆଇର ଏହି ପ୍ଲାନର ମୂଲ୍ୟ ଯେତେକି ଆଶ୍ଚର୍ଯ୍ୟ କରୁଛି ଏହାର ଫାଇଦା ମଧ୍ୟ ସେତିକି ଆଶ୍ଚର୍ଯ୍ୟ କରିବ । କମ୍ପାନି ଏହି ପ୍ଲାନରେ ୟୁଜର୍ସଙ୍କୁ ଗୋଟିଏ ନୁହେଁ ବରଂ ଅନେକ ଅଫର୍ ଦେଉଛି । ଏଥିରେ ଗ୍ରାହକଙ୍କୁ ଟକଟାଇମ ଏବଂ ଅନ୍ ନେଟ୍ କଲିଂ ମିନିଟର ସୁବିଧା ମିଳୁଛି । ଯଦି ଆପଣ ଏହି ପ୍ଲାନକୁ ନିଅନ୍ତି ତେବେ ଏହି ପ୍ଲାନରେ କୌଣସି ଭେଲିଡିଟିର ସୁବିଧା ରହିବ ନାହିଁ କିନ୍ତୁ ଏଥିରେ ଯେଉଁ ସୁବିଧା ମିଳିବ ତାର ଭେଲିଡିଟି ଗୋଟିଏ ଦିନ ରହିବ । ଏହାର ଲାଭରେ ୧ ଟଙ୍କାର ପ୍ଲାନରେ ୭୫ ପଇସାର ଟକଟାଇମ ମିଳୁଛି ।

ଭିଆଇର ଟଙ୍କିକିଆ ପ୍ଲାନ ନେବା ପୂର୍ବରୁ ଧ୍ୟାନ ରଖିବା ଦରକାର ଯେ ଏଥିରେ କୌଣସି ଡାଟା, ଏସଏମଏସ ମିଳିବ ନାହିଁ । ଉଲ୍ଲେଖଯୋଗ୍ୟ ଯଦି ଆପଣ ନିଜର ଭିଆଇ ନମ୍ୱର ୯୯ ଟଙ୍କା, ୧୯୮ ଟଙ୍କା କିମ୍ୱା ୨୦୪ ଟଙ୍କାରେ ରିଚାର୍ଜ କରନ୍ତି ତେବେ ଏହାସହ ୧ ଟଙ୍କାର ପ୍ଲାନ୍ ଉପଯୋଗ କରିପାରିବେ ।

 

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.