ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର କିଣିବା ପରେ ଏହାର ନାଁ ଓ ଲୋଗୋ ବଦଳାଇ ଦେଇଥିଲ। ଏବେ ଡୋମେନ ବି ବଦଳାଇ ଦେଇଛନ୍ତି। twitter.com ବଦଳରେ ଏବେ x.com କରାଯାଇଛି। ସମସ୍ତ କୋର ସିଷ୍ଟମ ଏବେ x.comରେ ଉପଲବ୍ଧ ହେବ ବୋଲି ଏଲନ ମସ୍କ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୨୦୨୪ ଜୁଲାଇ ୨୪ ତାରିଖରେ ମସ୍କ ଟ୍ୱିଟର ନାଁ ବଦଳାଇ ଏକ୍ସ ରଖିଥିଲେ। ସେତେବେଳେ x.comକୁ twitter.com ଉପରେ ରିଡାଇରେକ୍ଟ କରାଯାଇଥିଲା। କିନ୍ତୁ ଏବେ ମୁଖ୍ୟ ଡୋମେନକୁ x.com କରିବା ସହିତ twitter.comକୁ ଏହା ଉପରେ ରିଡାଇରେକ୍ଟ କରାଯାଇଛି।
X ଲଗଇନ୍ ପୃଷ୍ଠାର ତଳକୁ ଏକ ମେସେଜ ଦେଖାଯାଉଛି। ଯେଉଁଥିରେ ଲେଖାଯାଇଛି 'ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମେ ଆମର URL ବଦଳାଉଛୁ। କିନ୍ତୁ ଆପଣଙ୍କର ପ୍ରାଇଭେସି ଓ ଡାଟା ପ୍ରୋଟେକ୍ସନ ସେଟିଂ ସେଇଠି ରହିବ।'
ସୂଚନା ଥାଉକି ଏଲନ ମସ୍କ ୨୭ ଅକ୍ଟୋବର ୨୦୨୨ରେ ମାଇକ୍ରୋ ବ୍ଲଗିଂ ପ୍ଲାଟ୍ଫର୍ମ ଟ୍ୱିଟର (ଏକ୍ସ) କିଣି ନେଇଥିଲେ। ୪୪ ବିଲିଅନ ଡଲାରରେ ଏହି ଡିଲ୍ ହୋଇଥିଲା। ବର୍ତ୍ତମାନ ହିସାବରେ ଭାରତୀୟ ମୁଦ୍ରାରେ ଏହା ୩.୬ ଲକ୍ଷ କୋଟି ହେବ। ମସ୍କ ଏକ୍ସକୁ ଏଭରିଥିଙ୍ଗ ଆପ୍ ଭାବରେ ବନାଇବାକୁ ଚାହିୁଥିଲେ ବୋଲି ସେ କହିଥିଲେ।