ଖସିଲା ସୁନା ବଢ଼ିଲା ରୁପା: ଜାଣନ୍ତୁ କେତେ ହେଲା ଦାମ

Published By : Prameya-News7 Bureau | May 17, 2024 IST

internet

ନୂଆଦିଲ୍ଲୀଲଗାତର ଦୁଇଦିନ ଧରି ଖୁଚୁରା ବିକ୍ରି ଉଚ୍ଚାସ୍ତରରେ ରହିବା ପରେ ଭାରତୀୟ ବଜାରରେ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହୋଇଛି। ରୁପା ମୂଲ୍ୟ ଜବରଦସ୍ତ ବଢ଼ିଥିବା ବେଳେ ସୁନା ସାମାନ୍ୟ ହ୍ରାସ ହୋଇଛି। ମେ ୧୭ ତାରିଖ ଶୁକ୍ରବାର ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍(ଏମ୍‌ସିଏକ୍ସ)ରେ ସୁନା କମ ମୂଲ୍ୟରେ ଟ୍ରେଡିଂ ହେଉଥିବା ବେଳେ ରୂପା ଅଧିକ ମୂଲ୍ୟରେ ଟ୍ରେଡିଂ ହେଉଛି। ୨୦୨୪ ଜୁନ ୫ ତାରିଖ ସୁଦ୍ଧା ମାଚୁଅର ହେଉଥିବା ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୫ ଟଙ୍କା ବା ୦.୦୨ ପ୍ରତିଶତ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ୧୦ ଗ୍ରାମ ପ୍ରତି ସୁନା ୭୨,୯୬୫ ଟଙ୍କା ରହିଛି। 

ସେହିପରି ରୁପା ମୂଲ୍ୟରେ ୭୪ ଟଙ୍କା ବା ୦.୦୮ ପ୍ରତିଶତ ବୃଦ୍ଧି ପାଇ କେଜି ପ୍ରତି ୮୭.୩୭୪ ଟଙ୍କା ହୋଇଛି। ହେଲେ କାରବାର ଦିନରେ ଏହା ୮୭,୩୦୦ ଟଙ୍କା ଥିଲା। ସୂଚନା ଥାଉକି ବିଭିନ୍ନ ରାଜ୍ୟରେ ସୁନା ମୂଲ୍ୟ ଅଲଗା ଅଲଗା ରହିଛି। ଟ୍ୟାକ୍ସ ଓ ଅନ୍ୟାନ୍ୟ ଚାର୍ଜ ଲଗାଇ ଏହି ମୂଲ୍ୟ ବଢ଼ିଯାଇଥାଏ। 

ଦେଶର କିଛି ପ୍ରମୁଖ ସହରରେ ସୁନା ମୂଲ୍ୟ

ଦିଲ୍ଲୀରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ -୬୭,୭୫୦
 ମୁମ୍ବାଇ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ- ୬୭,୬୦୦
 କୋଲକାତା ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ- ୬୭,୬୦୦
 ଚେନ୍ନାଇ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ- ୬୭,୭୦୦

ସେହିପରି ଗୋଲ୍ଡ ରିଟର୍ଣ୍ଣ ୱେବ୍‌ସାଇଟ୍ ସୂଚନା ଅନୁସାରେ ଭୁବନେଶ୍ବରରେ ଏକ ଗ୍ରାମ ପ୍ରତି ସୁନା ମୂଲ୍ୟ ୬,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ଗ୍ରାମ ପ୍ରତି ୭,୩୫୩ ଟଙ୍କା ରହିଛି। ଭୁବନେଶ୍ବରରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୬୭,୬୦୦ ଟଙ୍କା ରହିଛି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.