News7 Logo

ବଡ଼ଚଣାରେ ଗର୍ଜିଲା ବିଜେଡି, ବାଲିଚନ୍ଦ୍ରପୁର ଥାନା ଘେରାଉ କଲା ଦଳ

NEWS7
Badachana BJD

ଚଣ୍ଡିଗଡ଼: ବଡ଼ଚଣାରେ ଗର୍ଜିଲା ବିଜେଡି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଘେରାଉ କରିଛି ବଡ଼ଚଣା ବିଜେଡି। ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ ବାଲିଚନ୍ଦ୍ରପୁର ଥାନା ଘେରାଉ କରିଛନ୍ତି। ବାଲିଚନ୍ଦ୍ରପୁର ଥାନା ଅଧୀନରେ ବେଆଇନ ଲଘୁଖଣିଜ କାରବାର ବଢ଼ି ଚାଲିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡ଼ିଛି। ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ବଦଳି ଦାବି କରିଛି ବିଜେଡି।  

ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବଡ଼ଚଣା ବିଜେଡି ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ଘେରାଉ କରାଯାଇଛି। ବାଲିଚନ୍ଦ୍ରପୁର ବଜାରରୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେଡ଼ି ନେତା କର୍ମୀ ଯାଇ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଥିଲେ। ଏହି ଥାନା ଘେରାଉରେ ଯାଜପୁର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ। ଏ ନେଇ ଏକ ଦାବି ପତ୍ର ଯାଜପୁର ଏସଡିପିଓଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ବଦଳି କରା ନ ଯାଏ ତେବେ ବିଜେଡି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛନ୍ତି।