ବୁଦ୍ଧିଜୀବୀ ସମ୍ମିଳନୀରେ ଜୟଶଙ୍କର ଓ ଧର୍ମେନ୍ଦ୍ର, ସମ୍ବଲପୁରକୁ ନେଇ କହିଲେ ବଡ଼ କଥା

Published By : Prameya-News7 Bureau | May 05, 2024 IST

ସମ୍ବଲପୁର:  ସମ୍ବଲପୁର ମିଶନ୍ ଫର୍ ନେସନ୍, ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶିକ୍ଷା ଅଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର । IIM ସମ୍ବଲପୁର, VISUT, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ,  ବୁର୍ଲା ମେଡିକାଲ ଭଳି ଶିକ୍ଷାନୁଷ୍ଠାନର ମିଳିତ ପ୍ରୟାସରେ ସମ୍ବଲପୁର ହେବ ଅର୍ଥନୀତିର ପେଣ୍ଠସ୍ଥଳୀ । 

Also read: ଭିକେ ପାଣ୍ଡିଆନଙ୍କ ହମଲା ଉପରେ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ ଏମିତି କିଛି

ସେହିଭଳି ଅପରେସନ ଗଙ୍ଗାରେ ୟୁକ୍ରେନରୁ ଫସିଥିବା ସମ୍ବଲପୁରର ଝିଅଙ୍କ ଉଦ୍ଧାରରେ ଏସ ଜୟଶଙ୍କରଙ୍କ କାର୍ଯ୍ୟକୁ ପ୍ରଶସଂ କରିଥିଲେ ।  ଜୟଶଙ୍କର କହିଥିଲେ ଯେ, ମୋଦୀ ସରକାରରେ ହିଁ ସମ୍ବଲପୁରରେ ପାସପୋର୍ଟ ଅଫିସ ଖୋଲାଯାଇଛି । ସମ୍ବଲପୁରକୁ ଆନ୍ତର୍ଜାତିକସ୍ତରରେ ଯୋଡ଼ାଯିବାର ଲକ୍ଷ୍ୟ ନେଇ ପୋଷ୍ଟ ଅଫିସରେ ପାସପୋର୍ଟ ଦେବାର କାର୍ଯ୍ୟ ଆରମ୍ଭ ହୋଇଛି । 

ସେହିଭଳି ସମ୍ବଲପୁରର ସଂସ୍କୃତି , ଐତିହ୍ୟ ଓ ବିଶ୍ବ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ବଲପୁରର ଶତାଧିକ ବୁଦ୍ଧିଜୀବୀ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.