ଭିକେ ପାଣ୍ଡିଆନଙ୍କ ହମଲା ଉପରେ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ ଏମିତି କିଛି

Published By : Prameya-News7 Bureau | May 05, 2024 IST

ଭୁବନେଶ୍ଵର: ଗତକାଲି ନିର୍ବାଚନ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କୁ ବରିଷ୍ଠ ବିଜେଡି ନେତା ଭି.କେ.ପାଣ୍ଡିଆନ୍ ଟାର୍ଗେଟ୍ କରିଥିଲେ । ଆଉ ଆଜି ବୌଦ୍ଧରେ ନିର୍ବାଚନୀ ପ୍ରଚାର ବେଳେ ଏହାର କଡ଼ା କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଏଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାର ଲୋକ କହିବେ । ତେବେ ଗତକାଲି ଧର୍ମେନ୍ଦ୍ରଙ୍କୁ ନିଶାନା କରି କ’ଣ କହିଥିଲେ ପାଣ୍ଡିଆନ୍ ଆଉ ଆଜି କ’ଣ କହି ପାଣ୍ଡିଆନଙ୍କୁ କାଉଣ୍ଟର କରିଛନ୍ତି ଧର୍ମେନ୍ଦ୍ର ପଢନ୍ତୁ।  

Also read: ବାରବାଟୀ କଟକରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର, ପ୍ରଚାର ଆରମ୍ଭ କରିପାରି ନାହାଁନ୍ତି ବିଜେପି ପ୍ରାର୍ଥୀ

ନିର୍ବାଚନୀ ପ୍ରଚାର ବେଳେ ଆଟାକ୍-କାଉଣ୍ଟର ଆଟାକ୍ । ଗତକାଲି ପାଣ୍ଡିଆନଙ୍କ ଆଟାକ୍ ପରେ ଆଜି ଧର୍ମେନ୍ଦ୍ରଙ୍କ କାଉଣ୍ଟର ଆଟାକ୍ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚାଲେଂଜ୍ ଛାଡ଼ିଥିଲେ ବରିଷ୍ଠ ବିଜେଡି ନେତା ଭି.କେ.ପାଣ୍ଡିଆନ୍ । କହିଥିଲେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?  ଦମ୍ ଅଛି ତ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି ।  ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି । ପାଣ୍ଡିଆନଙ୍କ ଏହି ଚାଲେଂଜର ଆଜି କଡ଼ା ଜବାବ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଏଥର ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଓଡ଼ିଶାର ଲୋକ କହିବେ । ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ରଖି ସାଢ଼େ ୪କୋଟି ଓଡ଼ିଆ ଯାହାକୁ ଚାହିଁବେ, ନିର୍ବାଚିତ କରିବେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ଏଥର ଜଣେ ଓଡ଼ିଆ ଲୋକଙ୍କୁ ହିଁ ଓଡ଼ିଶାବାସୀ ନିର୍ବାଚିତ କରିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯାହା ଉପର ରହିବ ସେ ହିଁ ମୁଖ୍ୟମନ୍ତ୍ରୀ ହେବ । 

ପାଣ୍ଡିଆନ୍ ଆହୁରି ବି କହିଥିଲେ ଯେ, ସେ ବିକାଶର ଯେତେ ଭାଷା କହିଲେ ବି ବୁଝିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲକ୍ଷ୍ମୀ, BSKY କଥା ବୁଝି ପାରୁନାହାନ୍ତି । ୧୦ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି । ବିଜେପି କିନ୍ତୁ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନି । ଆଗ ନିଜ ଦଳର ବିଶ୍ବାସ ଜିତନ୍ତୁ ତା’ପରେ ନବୀନଙ୍କ ଆଗରେ ଠିଆ ହୋଇ ପ୍ରଶ୍ନ ପଚାରିବାର ତମର ଯୋଗ୍ୟତା ହେବ ବୋଲି କହି ଆଟାକ୍ କରିଥିଲେ ପାଣ୍ଡିଆନ୍ । ଆଜି ପାଣ୍ଡିଆନଙ୍କ ଏହି ଆଟାକ୍ର କାଉଣ୍ଟର ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଏ ଭଡ଼ାଟିଆ ସାର୍ଟିଫିକେଟ୍ କାହାକୁ ଦରକାର ନାହିଁ । ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର କହିଛନ୍ତି ସେ କ’ଣ ଆମ ଦଳର ନେତା ? ତାଙ୍କ ଦଳ ଲୋକେ ତାଙ୍କୁ ନେତା ବୋଲି ମାନୁ ନାହାନ୍ତି, ତେଣୁ ସେ  ପେଲି ପଶି ପଛ ପଟୁ ମାଡ଼ି ବସିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

୨୫ବର୍ଷର ବିଜେଡି ଶାସନକୁ ହଟାଇ ଦୁଇ ନମ୍ବରରୁ ୧ ନମ୍ବର ହେବାକୁ ପ୍ରୟାସ କରୁଛି ବିଜେପି । ଖାସ୍ ସେଥି ପାଇଁ ବିଜେପିର ତମାମ୍ ବଡ଼ ନେତା ଏବେ ଓଡ଼ିଶାକୁ ଫୋକସ କରୁଛନ୍ତି । ଏଥର ସରକାର ପରିବର୍ତ୍ତନର ନାରା ଦେଇ ଆଗକୁ ବଢ଼ୁଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାର ଦ୍ବାହି ଦେଇ ପୁଣି ଥରେ କ୍ଷମତା ହାତେଇବା ଲକ୍ଷ୍ୟରେ ଆଗକୁ ବଢ଼ୁଛି ବିଜେପି । ଏହାରି ଭିତରେ ନିର୍ବାଚନ ପ୍ରଚାର ବେଳେ ମୁହାଁମୁହିଁ ହେଉଛନ୍ତି ଉଭୟ ଦଳର ନେତା । ଆଉ ଜୋର୍ ଧରୁଛି ଆଟାକ୍-କାଉଣ୍ଟର ଆଟାକ୍ର ପର୍ବ । 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.