ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ପାଣ୍ଡିଆନ୍, ଅଟୋରେ ଆସି ଭୋଟ ଦେଲେ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ୱର ୨୫/୦୫: ଭୋଟ ଦେଲେ ଭିକେ ପାଣ୍ଡିଆନ । ସକାଳୁ ସକାଳୁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ । ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି ବିଜେଡିର ଏହି ଷ୍ଟାର ପ୍ରଚାରକ । ୟୁନିଟ୍-୬ର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ପାଣ୍ଡିଆନ । 

ତେବେ ଭୋଟ ଦେବା ପରେ ପାଣ୍ଡିଆନ କହିଛନ୍ତି, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ସମସ୍ତେ । ଅଟୋ ଚାଳକ ସଂଘ ମୋତେ ଅଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । 


ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ପଡିଲା । ଏହାପୂର୍ବରୁ ଏକ ଅଟୋରେ ବସି ବୁଥକୁ ଆସିଥିଲେ ପାଣ୍ଡିଆନ । ବୁଥରେ ସାଧାରଣ ଲୋକଙ୍କ ପରି ସେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ସେହିଭଳି ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.