ରଥଖଳା ହାଲ୍‌ଚାଲ୍‌, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାମ

Published By : Prameya-News7 Bureau | June 02, 2024 IST

ପୁରୀ ୦୨।୦୬ : ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିକୁ ଖାତିର ନକରି ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟରେ ଅତି ନିଷ୍ଠା ଓ ସମର୍ପଣ ମନୋଭାବର ସହ ଲାଗି ପଡିଛନ୍ତି ରଥ ନିର୍ମାଣକାରୀ ସେବକ। 

ତେବେ ସକାଳ ୮ଟାରୁ ରାତି ୮ଟା ଯାଏଁ ଦୀର୍ଘ ୧୨ ଘଣ୍ଟା ଧରି ପାଖାପାଖି ୨୦୦ ନିର୍ମାଣକାରୀ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ଆଜି ସୁଦ୍ଧା ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ପବିତ୍ର ଭଉଁରୀ ତିଥିରେ ତିନୋଟି ଅଖ ସହ ଛଅଟି ଚକ ଡେରା ଯିବା ପରେ ଏବେ ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣକାରୀ। ତିନି ରଥର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭୋଇ ସେବକମାନେ ଜନ୍ତାଗାଡରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ କରୁଛନ୍ତି। ସେହିପରି ରଥଖଳାରେ ତିନି ରଥର ରୂପକାର ସେବକମାନେ କୋଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଓଝା ସେବକମାନେ କମାର ଶାଳରେ ବିଭିନ୍ନ କଣ୍ଟା ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। 

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.