ଦୁବାଇ: ଏସିଆ କପର ଦ୍ଵିତୀୟ ମ୍ୟାଚ୍‌ରେ ମୁହାଁମହିଁ ହୋଇଛନ୍ତି ଭାରତ ଓ ୟୁଏଇ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅନଭିଜ୍ଞ ୟୁଏଇ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୩.୧ ଓଭରରେ ୫୭ ରନରେ ଅଲଆଉଟ୍ ହୋଇଛି। ଆଲିଶାନ ଶରାଫୁ ୨୨ ରନ ଓ ଅଧିନାୟକ ମହମ୍ମଦ ଓ୍ଵାସିମଙ୍କ ୧୯ ରନ ବାଦ୍ ଦେଲେ ବାକି ୯ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଭାରତ ସମ୍ମୁଖରେ ରହିଛି ୫୮ ରନର ସହଜ ବିଜୟ ଲକ୍ଷ୍ୟ। ବୋଲିଂରେ କୁଲଦୀପ ଯାଦବ ୪ ଏବଂ ଶିବମ ଦୁବେ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପିଚ୍‌କୁ ଦେଖି ଭାରତ ଅର୍ଶଦୀପ ସିଂଙ୍କୁ ବସାଇ କୁଲଦୀପ ଯାଦବଙ୍କୁ ଖେଳାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ  ପ୍ରଥମ ଓ୍ଵିକେଟରେ ୨୬ ରନ କରିଥିଲା। ଅଲିଶାନ ଶରାଫୁ ୧୭ ବଲରୁ ୨୨ ରନର ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କୁ ବୋଲ୍ଡ କରିଥିଲେ ଯଶପ୍ରୀତ ବୁମରା। ଏହା ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଦଳ। ଅଧିନାୟକ ମହମ୍ମଦ ଓ୍ଵାସିମ ୧୯ ରନ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ ୯ ବ୍ୟାଟର ୫ ରନ ସ୍କୋର ପର୍ଯ୍ୟନ୍ତ ବି ପହଞ୍ଚି ପାରି ନ ଥିଲେ। କୁଲଦୀପ ଯାଦବ ଓ ଶିବମ ଦୁବେ ଚମତ୍କାର ବୋଲିଂ କରି ୟୁଏଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିବା ସହ ହାତ ଖୋଲିବାକୁ ସୁଯୋଗ  ଦେଇ ନ ଥିଲେ।ଶେଷରେ ୧୩.୧ ଓଭରରେ ୟୁଏଇ ୫୭ ରନରେ ଅଲଆଉଟ୍ ହୋଇଛି।

ବୋଲିଂରେ କୁଲଦୀପ ଯାଦବ  ମାତ୍ର ୭ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଶିବ ଦୁବେ ୨ ଓଭରରେ ୪ ରନ ଦେଇ ୩ଟି ସଫଳତା ପାଇଛନ୍ତି। ବୁମରା, ଅକ୍ଷର ଓ  ବରୁଣ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​