News7 Logo

ବିଶ୍ଵକପ୍ ୧୯୮୩ ଫାଇନାଲରେ ମିଳିଲାନି ୨ଟି ଟିକେଟ୍, ଅପମାନରୁ ଏସିଆ କପର ପଡ଼ିଲା ମୂଳଦୁଆ

NEWS7
Asia cup

ନୂଆଦିଲ୍ଲୀ: ଆଉ ଦିନକ ପରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ଏସିଆ କପ୍ ୨୦୨୫ ଚୂଡ଼ାନ୍ତ ପର୍ଯ୍ୟାୟରେ ସବୁ ଦଳର ପ୍ରସ୍ତୁତି ଟି-୨୦ ଫର୍ମାଟରେ ଖେଳାଯିବ ଏଥରର ଟୁର୍ଣ୍ଣାମେଣ୍ଟ କିଏ ଚାମ୍ପିଅନ ହେବ ତାକୁ ନେଇ ଚାଲିଛି ଭବିଷ୍ୟତବାଣୀ ତେବେ  ଏସିଆ କପକୁ ନେଇ ରହିଛି ଏକ ରୋଚକ କାହାଣୀ କେମିତି ଆରମ୍ଭ ହେଲା ଏସିଆ କପ୍ ? କିଏ ଏହାର ମୂଳଦୁଆ ପକାଇଥିଲା ? ଚାଲନ୍ତୁ ଜାଣିବା ଏହି ରିପୋର୍ଟରେ...

ଯଦି ବିସିସିଆଇ ଚେୟାରମ୍ୟାନଙ୍କୁ ୧୯୮୩ ବିଶ୍ଵକପ ଫାଇନାଲର ଦୁଇଟି ଟିକେଟ୍ ମିଳିଯାଇଥାନ୍ତା ବୋଧହୁଏ ଏସିଆ କପ୍ ଆରମ୍ଭ ହୋଇ ନ ଥାନ୍ତା ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ଏହା ସତ ୧୯୮୪ରେ ଆରମ୍ଭ ହୋଇଥିଲା ଏସିଆ କପ୍ ଏବେ ଟୁର୍ଣ୍ଣାମେଣ୍ଟର ଖେଳାଯିବ ୧୭ମ ସଂସ୍କରଣ ହେଲେ ୧୯୮୩ ବିଶ୍ଵକପ୍ ଫାଇନାଲରେ ବିସିସିଆଇ ଚେୟାରମ୍ୟାନଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା, ଏହି କାରଣରୁ ହିଁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ପଡ଼ିଥିଲା ମୂଳଦୁଆ ଆଜି ଏହା ଦୁନିଆର ଏକମାତ୍ର ଅଣ ଆଇସିସି ଟୁର୍ଣ୍ଣାମେଣ୍ଟ

ଏସିଆ କପ୍ ଆରମ୍ଭ ହେବା ପଛରେ ଥିଲେ ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ଏନକେପି ସାଲଭେ ସେ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ପ୍ରାଧ୍ୟାନ୍ୟକୁ ସମାପ୍ତ କରିବା ପାଇଁ ଭିଡ଼ିଥିଲେ ଅଣ୍ଟା  ବିଶ୍ଵକପ୍ ୧୯୮୩ର ଫାଇନାଲ୍ ପାଇଁ ବିସିସିଆଇ ଚେୟାରମ୍ୟାନ ଏନକେପି ସାଲଭେ ଇସିବି ନିକଟରେ ଅତିରିକ୍ତ ଦୁଇଟି ଟିକେଟ୍ ଦେବାକୁ ଅନୁରୋଧ କରିଥିଲେ କିନ୍ତୁ ଇସିବି ଏହି ଡିମାଣ୍ଡ ପୂରା କରି ନ ଥିଲା ଏସିଆ ଦେଶଗୁଡ଼ିକର କ୍ରିକେଟ୍ ବୋର୍ଡ ସେହି ସମୟରେ ସେତେ ଶକ୍ତିଶାଳୀ ନ ଥିଲା ତେଣୁ ପ୍ରଥମ ତିନୋଟି ବିଶ୍ଵକପ୍ ଇଂଲଣ୍ଡରେ ଆୟୋଜିତ ହୋଇଥିଲା ମାତ୍ର ଏନକେପି ସାଲଭେ କେବଳ ବିଶ୍ଵକପକୁ ଇଂଲଣ୍ଡ ବାହାରକୁ ନେଇ ଯାଇ ନ ଥିଲେ ବରଂ ଏସିଆ କପର ମୂଳଦୁଆ ପକାଇଥିଲେ ଏନକେପି ସାଲଭେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ମିଶି ଏସିଆରେ କ୍ରିକେଟ୍ ଖେଳୁଥିବା ଅନ୍ୟ ଦେଶ ସହ ମିଶି ଏକ କ୍ରିକେଟ୍ ପରିଷଦ ଗଠନ କରିଥିଲେ, ଯାହାର ନାଁ ଏସିଆ କ୍ରିକେଟ୍ କାଉନସିଲ ଦିଆଗଲା ଏହାର ପ୍ରଥମ ଚେୟାରମ୍ୟାନ ଖୋଦ୍ ଥିଲେ ଏନକେପି ସାଲଭେ ସଂଘର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏସିଆରେ କ୍ରିକେଟ୍ର ବିସ୍ତାର କରିବା  

ବିସିସିଆଇ ଚେୟାରମ୍ୟାନ ଏନକେପି ସାଲଭେ, ପିସିବି ଚେୟାରମ୍ୟାନ ନୂର ଖାନ ଓ କ୍ରିକେଟ୍ ଶ୍ରୀଲଙ୍କାର ଚେୟାରମ୍ୟାନ ଗାମିନି ଦିସାନାୟକେ ମିଶି ୧୯୮୩ ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଏସିଆନ କ୍ରିକେଟ୍ କନଫରେନ୍ସ ଗଠନ କରିଥିଲେ ଉଦ୍ଦେଶ୍ୟ ଏସିଆ କପ୍ ଆୟୋଜନ କରିବାର ଥିଲା ହେଲେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ପାଖରେ ଆୟୋଜନ ପାଇଁ ସେତେ ଅର୍ଥ ନ ଥିଲା ଏବଂ ଷ୍ଟାଡିୟମ ବି ନ ଥିଲା ଏମିତି ସ୍ଥିତିରେ ସହାୟତାର ହାତ ବଢାଇଥିଲେ ୟୁଏଇ ସରକାର

ୟୁଏଇ ସରକାରଙ୍କ ସହ ମିଶି ଏସିସି ଆଗକୁ ବଢିଥିଲା ଆଉ ସାରଜାରେ ୧୯୮୪ରେ ଖେଳା ଯାଇଥିଲା ପ୍ରଥମ ଏସିଆ କପ୍ ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଉଦଘାଟନୀ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା ଭାରତ ପରେ ଗୋଟିଏ ପରେ ଗୋଟିଏ ଦଳ ଏସିସିରେ ଯୋଡ଼ି ହୋଇ ଚାଲିଲେ ଏବେ ୮ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି ଏସିଆନ କ୍ରିକେଟ୍ କାଉନସିଲର ସଦସ୍ୟ ଅଛନ୍ତି ଏସିଆର ୩୦ ଦେଶ

ଏନକେପି ସାଲଭେ କେବଳ ଏତିକିରେ  ଅଟକି ନ ଥିଲେ ସେ ବିଶ୍ଵକପକୁ ଇଂଲଣ୍ଡ ବାହାରକୁ ନେବାକୁ ପଣ କରିଥିଲେ ଏସିଆରେ ମଧ୍ୟ ବଡ଼ ମ୍ୟାଚ୍ ଆୟୋଜନ ହୋଇ ପାରିବ ବୋଲି ସଭିଙ୍କ ଭରସା ବଢିଥିଲା ଏସିଆ କ୍ରିକେଟର ଏକଜୁଟତା ଦୁନିଆକୁ ଏହା ଦେଖାଇ ଦେଇଥିଲା ଯେ, ଏହି ଖେଳର ବିସ୍ତାର ହେବା ଉଚିତ୍ ଏହି କାରଣରୁ ଆଇସିସିର କାର୍ଯ୍ୟାଳୟ ପ୍ରଥମେ ଲଣ୍ଡନର ଲର୍ଡ୍ସରେ ଥିଲା, ଯାହା ପରେ ଦୁବାଇକୁ ସ୍ଥାନାନ୍ତର ହୋଇଥିଲା ଏପରିକି ବିଶ୍ଵକପର ପରବର୍ତ୍ତୀ ସଂସ୍କରଣ ଭାରତ ଓ ପାକିସ୍ତାନ ମିଶି କି ଆୟୋଜନ କରିଥିଲେ.....