ଦୁବାଇ: ଏସିଆ କପ୍‌ ୨୦୨୫ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନାନା ବିରୋଧ ଓ ଅଶନ୍ତୋଷ ଭିତରେ ଦୁଇ ଟିମ୍ ଗ୍ରୁପ ଷ୍ଟେଜ୍‌ର ମୁକାବିଲା କରିବେ। ତେବେ ସବୁଠାରୁ ବଡ଼ କଥା ହେଲା ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ହାରିବା ପରେ ପାକିସ୍ତାନ କ୍ୟାପ୍ଟେନ୍ ସଲମାନ ଆଗାଙ୍କ ସହିତ ହାତ ମିଳାଇ ନଥିଲେ। ଯାହା ଚର୍ଚ୍ଚାର ବିଷୟ ପାଲିଟିଛି।

​​​​​​​ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏଥିପାଇଁ କ୍ରିକେଟ ମ୍ୟାଚ୍‌କୁ ମଧ୍ୟ ଭାରତରେ ପ୍ରବଳ ବିରୋଧ କରାଯାଉଛି। ଏମିତିକ ମ୍ୟାଚ୍ ନଦେଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ପ୍ରବଳ ଚାପ ସତ୍ତ୍ୱେ ଭାରତୀୟ ଟିମ୍ ପାକିସ୍ତନ ସହିତ ମୁକାବିଲା କରୁଛି।

ଭାରତୀୟ ଦଳ

ଅଭିଷେକ ଶର୍ମା, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ଭର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା

ପାକିସ୍ତାନ ଦଳ

ସାହିବଜାଦା ଫରହାନ, ସାଇମ ଆୟୁବ, ମହମ୍ମଦ ହରିସ, ଫଖର ଜମାନ, ସଲମାନ ଆଗା (ଅଧିନାୟକ), ହସନ ନୱାଜ, ମହମ୍ମଦ ନୱାଜ, ଫହିମ ଆଶରଫ, ଶାହିନ ଶାହା ଆଫ୍ରିଦି, ସୁଫିଆନ ମୁକିମ, ଅବର ଅହମ୍ମଦ

ପୂର୍ବ ରେକର୍ଡ ଅନୁସାରେ, ୨୦୨୧ରୁ ଏ ପର୍ଯ୍ୟନ୍ତ ଉଭୟ ଦଳ ୫ଟି ଟି-ଟ୍ୱେଣ୍ଟି  ଖେଳିଛନ୍ତି। ଭାରତ ୩ଟି ଓ ପାକିସ୍ତାନ ୨ଟିରେ ବିଜୟୀ ହୋଇଛି। ଶେଷ ୨ ମ୍ୟାଚରେ ଭାରତ ଅପରାଜେୟ ରହିଛି। ରବିବାର ଦୁବାଇରେ ଭାରତ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଅଛି।

 

 

​​​​​​​