ଦୁବାଇ: ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚ୍ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୭ ରନ୍ କରିଛି। ଦଳ ପକ୍ଷରୁ ଶାବିବଜାଦା ଫରହାନ ସର୍ବାଧିକ ୪୦ ରନ୍ କରିଥିଲେ। ଅନ୍ୟପଟେ ଭାରତ ପକ୍ଷରୁ ପକୁଲଦୀପ ଯାଦବ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି। ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ୧୨୮ ରନ୍‌ର ଟାର୍ଗେଟ ପୂରା କରିବାକୁ ପଡ଼ିବ।

ଭାରତରେ ନାନା ବିରୋଧ ଓ ଅସନ୍ତୋଷ ସତ୍ତ୍ୱେ ବି ଏସିଆ କପର୍‌ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ପାକିସ୍ତାନ। ଆଜିର ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୁଇ ଦେଶ ମଧ୍ୟରେ ଅସନ୍ତୋଷ ଏତେ ଥିଲା ଯେ ଟସ୍ ହାରିବା ପରେ ବି ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନ କ୍ୟାପ୍ଟେନ ସଲମାନ ଆଗାଙ୍କ ସହିତ ହାତ ମିଳାଇ ନଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଭାରତ ପକ୍ଷରୁ ବୋଲିଂ ଆଟାକ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଆଉ ପ୍ରଥମ ବଲ୍‌ରେ ପାକିସ୍ତାନର ଓପନର ସାଇମ ଆୟୁବ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ଏଥିରେ ପ୍ୟାଭିଲିୟନରେ ବସିଥିବା ପାକିସ୍ତାନ ଫ୍ୟାନ୍‌ଙ୍କ ମଧ୍ୟରେ ନିରବତା ଛାଇ ଯାଇଥିଲା। ଅନ୍ୟପଟେ ଖୁସୀରେ ଝୁମିଥିଲେ ଭାରତୀୟ।

ଏହାପରେ ଦ୍ୱିତୀୟ ଓଭର ଦ୍ୱିତୀୟ ବଲ୍‌ରେ ମହମ୍ମଦ ହାରିଶଙ୍କ ୱିକେଟ୍ ନେଇଥିଲା ଭାରତୀୟ ପେସର ଜସପ୍ରୀତ ବୁମ୍ରା। ପୁଣିଥରେ ନିରବୀ ଯାଇଥିଲେ ପାକିସ୍ତାନ ଫ୍ୟାନ୍। ଏହାପରେ ୱିକେଟ୍‌ର ଧାରା ଆରମ୍ଭ ହୋଇଯାଇଥିଲା। ୧୨ ଓଭର ବେଳକୁ ୬୪ ରନ୍‌ରେ ପାକିସ୍ତାନର ୫ ୱିକେଟ୍ ଯାଇ ସାରିଥିଲା।  

ଏମିତି ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ପାକିସ୍ତାନ ମାତ୍ର ୧୯ ଓଭରରେ ଅଲ୍‌ ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଶାହିବଜାଦା ଫରହାନ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଶାହିନ ଆଫ୍ରିଦୀ ୩୦ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ଫକର ଜମାନ ୧୭ ରନ୍ ଓ ଫହୀମ ଅଶ୍ରଫ ୧୧ ଓ ସୁଫିୟା ମୁକିମ ୧୦ ରନ୍ କରିପାରିଥିଲେ। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। କ୍ୟାପ୍ଟେନ ସଲମାନ ଅଗାହ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟପଟେ ପହଲଗାମ ଆତଙ୍କୀ ହମଲାର କ୍ରୋଧରେ ଥିବା ଭାରତୀୟ ବୋଲର ଆଜି ମୈଦାନରେ ପାକିସ୍ତାନ ଖେଳାଳିଙ୍କ ଅବସ୍ଥା ୧୨ ବଜାଇ ଦେଇଥିଲେ। ଅଭିଷେକ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ବୁମରାହ ଏବଂ ଅକ୍ଷରଙ୍କୁ ୨ ଲେଖାଏ ୱିକେଟ୍ ମିଳିଛି। ସେହିପିର ହାର୍ଦ୍ଦିକ ଓ ବରୁଣ ଚକ୍ରବର୍ତ୍ତୀ ୧ ଲେଖାଏ ୱିକେଟ୍ ନେଇଛନ୍ତି। ​​​​​​​