ବିଜେପିରେ ମିଶିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ

Published By : Prameya-News7 Bureau | May 04, 2024 IST

indiatoday

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦର ସିଂହ ଲଭଲୀ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କଂଗ୍ରେସ ଆପ୍ ସହ ମେଣ୍ଟ କରିବା ଓ କହ୍ନେୟା କୁମାରଙ୍କ ପ୍ରାର୍ଥୀତ୍ୱକୁ ସେ ବିରୋଧ କରି ଦଳ ଛାଡ଼ିଥିଲେ। ଏବଂ ଅନ୍ୟ କେଉଁ ଦଳରେ ଯୋଗ ଦେବେ ନାହିଁ ବୋଲି କହିଥିଲେ। ହେଲେ ଆଜି ବିଜେପି ଗଡରେ ପ୍ରବେଶ କରିଛନ୍ତି। 

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କ ଉପସ୍ଥିତିରେ ଲଭଲୀ ବିଜେପିରେ ସାମିଲ୍ ହୋଇଛନ୍ତି। ଲଭଲୀଙ୍କ ସମେତ ପୂର୍ବତନ କଂଗ୍ରେସ ବିଧାୟକ ରାଜ କୁମାର ଚୌହ୍ୱାନ, ନସୀବ ସିଂହ, ନୀରଜ ବସୋୟା ଏବଂ ପୂର୍ବତନ ଯୁବ କଂଗ୍ରେସ ଅଧ୍ୟକ୍ଷ ଅମିତ ମଲ୍ଲିକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ମୁଖ୍ୟଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।   

ଲଭଲୀଙ୍କର ଦଳ ଡିଆଁ ଅଭ୍ୟାସ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ୨୦୧୭ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ପରବର୍ଷ ୨୦୧୮ରେ ପୁଣି ବିଜେପି ଛାଡ଼ି କଂଗ୍ରେସକୁ ଆସିଲେ। ଏବେ ବିଜପିରେ ମିଶିବା ପରେ ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନ ବିଜେପି ଜିତିବ ବୋଲି ଲଭଲୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.