ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ପାଣ୍ଡିଆନ୍, କହିଲେ ଟୁରିଷ୍ଟଙ୍କ କଥାରେ ବିଶ୍ୱାସ କରନ୍ତୁନି

Published By : Prameya-News7 Bureau | May 11, 2024 IST

ରାଉରକେଲା ୧୦/୦୫: ଦୁଇ ଦିନିଆା ସୁନ୍ଦରଗଡ ଗସ୍ତରେ ବିଜେଡି ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନ୍ । ଏହି ଅବସରରେ ସେ ବୀରମିତ୍ରପୁରରେ ଯାଇ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ସେଠାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ସୁନ୍ଦରଗଡରେ ବିଜେଡି ସରକାରର ବିକାଶ କଥା କହିଛନ୍ତି । ତେବେ ଏହାରି ଭିତରେ ବିଜେପିକୁ ବି ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । 

କନ୍ଧମାଳ ମାଟିରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ବି ଦେଇଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କ କାମକୁ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି । ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟର ରାଜା । ଯେଉଁ କଥା କୁହନ୍ତି ସେଇଟାକୁ ମନେ ରଖନ୍ତି ଆଉ ପାଳନ କରନ୍ତି । ତେବେ ବିଜେପି ଯାହା କୁହେ ତାହା କରେନି । 

ଯିଏ ଗୁଜୁରାଟକୁ ଏକ ନମ୍ୱର କରିପାରିଲେନି ସେ ଓଡ଼ିଶାକୁ କଣ ଏଖ ନମ୍ୱର କରିବେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଗଲେ । ହେଲେ ଆପଣମାନଙ୍କ ସହଯୋଗରେ ଆମ ମୁଖ୍ୟମନ୍ତ୍ରୀ ୩୦କୁ ୩୦ ଜିତି ଇତିହାସ ରଚିଥିଲେ । 


ଗୋଟେ ଦଳ ୩୦ରୁ ୩୦ ହାରିଲା ପରେ ତାଙ୍କ ଅବସ୍ଥା କଣ ହେଉଥିବ ଆପଣ ଭାବନ୍ତୁ । ଏଥିରେ ତାଙ୍କ ଆତ୍ମବିଶ୍ୱାସ ପୂରା ଭାଙ୍ଗି ଯାଇଛି । ତେଣୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶା ଆସୁଛନ୍ତି ଓଡିଶା ବିଜେପିକୁ ବୁଷ୍ଟର ଇଞ୍ଜେକ୍ସନ ଦେବାକୁ । ତାଙ୍କୁ ଯେତେ ଇଞ୍ଜେକ୍ସନ ଦେଲେ ବି ସେ ଉଠି ପାରୁନାହାନ୍ତି । 

ପ୍ରଧାନମନ୍ତ୍ରୀଙ୍କ ୪ଟା ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଆସୁଛନ୍ତି । ସେମାନେ କେବେ ଓଡିଶା ଆସିନାହାନ୍ତି । ଆପଣ କୁହନ୍ତୁ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି । ଯେବେ ଆପଣ ଘୋଷଣା କରିଦେବେ ସେ ଆପଣ ଯେତେ ମାର୍ଜିନ ପାଇବେ ତାର ୧୦ ପ୍ରତିଶତ କମିଯିବେ । ଆମ ମୁଖ୍ୟମନ୍ତ୍ରୀ ଏକ ନମ୍ବର ହୋଇ ଅଛନ୍ତି । ଆପଣ ଯେତେ ଭାଷଣ ଦେଲେ ବି ଆମ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ପାଖରୁ ଦୂରେଇ ପାରିବେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.