ପ୍ରଚାରର ଶେଷ ଦିନ, ନୂଆପଡ଼ାରେ ବିଜେପି ପାଇଁ ରାଲି କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 11, 2024 IST

ନୂଆପଡା: ଦିନକ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ପ୍ରଚାରର ଶେଷ ଦିନରେ ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରଚାର କରିଛନ୍ତି ପଡୋଶୀ ରାଜ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଅପିଲ୍ କରିଛନ୍ତି। 

Also read: ଓଡ଼ିଶାର ଲୋକ ସଂକଳ୍ପ ନେଇସାରିଛନ୍ତି, ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଆସିସାରିଛି: ପିଏମ୍

ହେଲିକ୍ୟାପ୍ଟରରେ  ଯୋଗେ ଆସି ଗୋତମା ଠାରେ ଅବତରଣ କରିବା ପରେ ନୂଆପଡା ସ୍ଥିତ ପୋଲିସ ପଡିଆ ଠାରେ ଆୟୋଜିତ ସଭାରେ ଯୋଗ ଦେଇଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ସାଏ। ରାଜ୍ୟରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଜନ ହିତକର ଯୋଜନାକୁ ଉପସ୍ଥିତ କର୍ମୀ ଓ ଜନତାନଙ୍କୁ ଜଣାଇଛନ୍ତି। ଓଡିଶାରେ ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା ସାଙ୍ଗକୁ ମହିଳା ମାନଙ୍କୁ ମାସିକ ଏକ ହଜାର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆ ଯାଇ ପାରିବ ବୋଲି ତାଙ୍କ ଉଦବୋଧନରେ କହିଛନ୍ତି। 

ଏଥିସହ କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ମାଳବିକା ଦେବୀ ଓ ନୂଆପଡା ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ବହୁ ମତଦାନ କରି ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ମଞ୍ଚରେ ଅନେକ କର୍ମୀଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଛତିଶଗଡ ଆରଙ୍ଗ ବିଧାୟକ ଓ ଲୋକସଭା, ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଥିଲା।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.