ପୃଥିବୀରେ ଶକ୍ତିଶାଳୀ ସୌରଝଡ଼; ଅଲବାମା ଓ କାଲିଫର୍ଣ୍ଣିଆରେ ଜିଓମାଗ୍ନେଟିକ୍‌ ଷ୍ଟର୍ମ ଲାଇଟ୍

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠ ଶକ୍ତିଶାଳୀ ସୌର ଝଡ଼ । ଦୀର୍ଘ ୨୦ ବର୍ଷ ପରେ ପୃଥିବୀରେ ସୌର ଝଡ଼ ମାଡ଼ ହୋଇଛି। ଆମେରିକାର ଦି ନ୍ୟାସନାଲ ଓସେନିକ୍‌ ଆଣ୍ଡ ଆଟ୍‌ମୋସ୍ପିୟରିକ୍‌ ଆଡମିନିଷ୍ଟ୍ରେସନ୍‌ (ଏନ୍‌ଓଓଏ)ଏ ସଂପର୍କରେ ଜି-୪  ଜିଓମାଗ୍ନେଟିକ୍‌ ଷ୍ଟର୍ମ ୱାଚ୍‌ ଜାରି କରିଥିଲା । ଏହା ପୃଥିବୀ ଅକ୍ଷପଥରେ ଘୂରୁଥିବା ସମସ୍ତ ସାଟେଲାଇଟ୍ ଗୁଡ଼ିକ ପାଇଁ ବିପଦ । ଏହା ସହିତ ପାଓ୍ବାର ଗ୍ରୀଡ୍, କମ୍ୟୁନିକେସନ ନେଟଓ୍ବାର୍କ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ପ୍ରଭାବିତ ହୋଇଥାଏ ।

ଏହି ସୌରଝଡ଼ ଶୁକ୍ରବାର ପୃଥିବୀ ପୃଷ୍ଠରେ ମାଡ଼ ହୋଇଛି । ଦକ୍ଷିଣ ଅଲବାମା ଏବଂ ଉତ୍ତର କାଲିଫୋର୍ନିଆର କିଛି ଅଞ୍ଚଳରେ ଏହି ଜିଓମାଗ୍ନେଟିକ୍‌ ଷ୍ଟର୍ମ ଲାଇଟ୍ ଦେଖିବାକୁ ମିଳିଥିଲା  । ନ୍ୟୁଜ୍ ଏଜେନ୍ସି ସିଏନଏମ ରିପୋର୍ଟ ମୁତାବକ, ଶନିବାର ରାତି କିମ୍ବା ସପ୍ତାହ ଅନ୍ତ ବେଳକୁ ଏହା ଦେଖାଯିବାର ଥିଲା । ପାଓ୍ବାର ଗ୍ରୀଡ୍, କମ୍ୟୁନିକେସନ ନେଟଓ୍ବାର୍କ ଏବଂ ଇଲେକ୍ଟ୍ରୋନିକ୍ ଉପକରଣକୁ ପ୍ରଭାବିତ କରିବ । ୨୦୦୩ରେ ଏଭଳି ସୌରଝଡ଼ ପୃଥିବୀ ଉପରେ ମାଡ଼ ହୋଇଥିଲା । 

୨୦୦୩ ପରେ ଏହା ସବୁଠୁ  ଭୟଙ୍କର ସୌରଝଡ଼ । ଏନ୍‌ଓଓଏର ଅନ୍ତରୀକ୍ଷ ପାଣିପାଗ ପୂର୍ବାନୁମାନ କେନ୍ଦ୍ର  ଅନୁସାରେ, ବୁଧବାରଠାରୁ ସୂର୍ଯ୍ୟ ଅପେକ୍ଷାକୃତ ତୀବ୍ର ସୋଲାର  ଫ୍ଲେୟାର ବିକିରଣ କରୁଛି । ସୋଲାର ଫ୍ଲେୟାର ଆମର  ସୌରମଣ୍ଡଳର ସବୁଠୁ ବଡ଼ ବିସ୍ଫୋରକ ଘଟଣା । ଏହାକୁ କରୋନାଲ୍‌  ମାସ୍‌ ଇଜେକସନ୍‌ ବୋଲି ମଧ୍ୟ କୁହାଯାଇଥାଏ । ଏହାଦ୍ୱାରା  କୋଟି କୋଟି ହାଇଡ୍ରୋଜେନ୍‌ ବୋମା ଭଳି ଶକ୍ତି ନିର୍ଗତ ହୋଇଥାଏ । ସୋଲାର ଫ୍ଲେୟାର ଦ୍ୱାରା ପୃଥିବୀ ଚାରିପଟେ ବୁଲୁଥିବା ଉପଗ୍ରହର  କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ଫଳରେ ବିଦ୍ୟୁତ୍‌ ଯୋଗାଯୋଗ ବ୍ୟବସ୍ଥା   ପ୍ରଭାବି ହୋଇପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.