LIVE TV

କ୍ୟାମେରା ସାମ୍ନାରେ ସାର୍ଟଲେସ୍‌ ହେଲେ ଅନୁପମ ଖେର , କହିଲେ – ୭୦ ବର୍ଷ ବୟସରେ ...

NEWS7
Anupam Kher

ମୁମ୍ୱାଇ – ବଲିଉଡର ପ୍ରସିଦ୍ଧ ଅଭିନେତା ଅନୁପମ ଖେର ଇଣ୍ଡଷ୍ଟ୍ରୀର ସବୁଠୁ ଭଲ କଳାକାରଙ୍କ ମଧ୍ୟରୁ ଜଣେ ଭାବେ ଖୁବ୍‌ ପରିଚିତ।ସେ ଇଣ୍ଡଷ୍ଟ୍ରୀରେ ଦୀର୍ଘ ଦିନ ଧରି ରହିଛନ୍ତି। ଅନୁପମ ଖେର ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍‌ ଅଛନ୍ତି। ଏବେ ଅନୁପମ ଖେର ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅନୁପମ ଖେର ବିନା ସାର୍ଟରେ ନଜର ଆସୁଛନ୍ତି। ୭୦ ବର୍ଷ ବୟସରେ ଅନୁପମ ଖେରଙ୍କ ଫିଟନେସ୍‌ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଅନୁପମ ଖେର ଯେଉଁ ଫଟୋ ସେୟାର କରିଛନ୍ତି , ତାହା ଏକ ଜିମ୍‌ର ଫଟୋ। ଏହି ଫଟୋରେ ଅନୁପମ ଖେର ବିନା ସାର୍ଟରେ ଏବଂ ତାଙ୍କ ପିଠି ନଜର ଆସୁଛି। ଅନୁପମ ଖେର ଫଟୋରେ କାନ୍ଧର ଏକ୍ସରସାଇଜ୍‌ କରିବା ନଜର ଆସୁଛି।

 
 
 
 
 
 
 
 
 
 
 
 
 
 
 

A post shared by Anupam Kher (@anupampkher)

ଅନୁପମ ଖେର ଏହି ଫଟୋ ସେୟାର କରି ଲେଖିଛନ୍ତି- ୭୦ ବର୍ଷ ବୟସରେ ମଧ୍ୟ ଆପଣ ପୋଷ୍ଟର ବୟ ହୋଇ ପାରିବେ ... କାରଣ ଆପଣ ସେପର୍ଯ୍ୟନ୍ତ ଜାଣି ପାରିବେ ନାହିଁ ଆପଣ କେତେ ମଜବୁତ,ଯେପର୍ଯ୍ୟନ୍ତ ମଜବୁତ ହେବା ଆପଣଙ୍କ ଏକମାତ୍ର ବିକଳ୍ପ ନୁହେଁ। 

ଅନୁପମ ଖେରଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଦେଖି ୟୁଜରମାନେ ଖୁସି ଅନୁଭବ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି-ବୟସ କେବଳ ଏକ ନମ୍ୱର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ପ୍ରତି ସୂର୍ଯ୍ୟୋଦୟ ସହ ଆପଣ ଯୁବକ ପାଲଟୁଛନ୍ତି। ତୃତୀୟ ୟୁଜର ଲେଖିଛନ୍ତି – ସୁପର ଲିକିଂ। ଆଉ ଜଣେ ଲେଖିଛନ୍ତି- ଜବରଦସ୍ତ ସାର୍‌ ।