News7 Logo

ସମୁଦ୍ରରେ ପୁଣି ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ

NEWS7
breaking

ପୁରୀ ୧୪।୦୯ : ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ର କୂଳ ସେକ୍ଟର ୯ ନିକଟରେ ସ୍ନାନ ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର ଭିତରେ ଭାସିଯାଇଥିବା ପର୍ଯ୍ୟଟକ ହେଲେ ବାଲେଶ୍ୱର ଅଞ୍ଚଳର ପୁରୁଷୋତ୍ତମ ଜେନା ।  

ଖବର ଅନୁଯାୟୀ, ରବିବାର ଦିନ କିଛି ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ ପୁରୀ ସମୁଦ୍ର କୂଳ ସେକ୍ଟର -୯ ନିକଟରେ ପର୍ଯ୍ୟଟକ ସ୍ନାନ କରୁଥିଲେ । ହଠାତ୍‌ ଏହି ସମୟରେ ରିପ୍‌ କରେଣ୍ଟରେ ପଡି ବୁଡିଯାଇଥିଲେ ପର୍ଯ୍ୟଟକ । ଯାହା ସଂପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର ନିମନ୍ତେ ପ୍ରୟାସ କରିଥିଲେ । କିଛି ସମୟର ପରିଶ୍ରମ ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍‌ ଗାର୍ଡ । ଉଦ୍ଧାର ପର୍ଯ୍ୟଟକ ବାଲେଶ୍ଵର ଅଞ୍ଚଳର ପୁରୁଷୋତ୍ତମ ଜେନା ବୋଲି ଜଣାପଡିଛି

ସେହିପରି ଶନିବାର ଦିନ ମଧ୍ୟ ସେକ୍ଟର ୯ରେ ମଧ୍ୟ ଘଟିଥିଲା ଅଘଟଣ । ୫ ଜଣ ପର୍ଯ୍ୟଟକ ସ୍ନାନ ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଯାଇଥିଲେ । ଯାହାପରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ । ତେବେ ଉଦ୍ଧାର ହୋଇଥିବା ୫ ଓଡ଼ିଆ ପର୍ଯ୍ୟଟକ ହେଉଛନ୍ତି ସମ୍ବଲପୁର ଅଞ୍ଚଳର ସୋହନ ଭୋଇ, ଓମ୍ ମୁଣ୍ଡା, ସୌରଭ ବେହେରା ଏବଂ କେନ୍ଦ୍ରାପଡ଼ା ଅଞ୍ଚଳର ଅଂଶୁମାନ ମହାନ୍ତି ଓ ଭଦ୍ରକର ଆଶିଷ କୁମାର ନାୟକ। ସମସ୍ତ ଓଡ଼ିଆ ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି‌।