ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା, ଆଉ ଜଣେ ଶିକ୍ଷକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | August 01, 2025 IST

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ଜଣେ ଶିକ୍ଷକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତ କୁମାର ଖମାରି । ସେ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି କହିଛି କ୍ରାଇମବ୍ରାଞ୍ଚ। ପ୍ରଶାନ୍ତଙ୍କୁ ମିଶାଇଲେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଏବେ ସୁଦ୍ଧା ୭ ଜଣଙ୍କୁ ବାନ୍ଧିଲାଣି କ୍ରାଇମବ୍ରାଞ୍ଚ।

ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗିରଫ ଶିକ୍ଷକ ପ୍ରଶାନ୍ତ ପ୍ରଶ୍ନପତ୍ର ଲିକ୍‌ ଘଟଣାର ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଗିରଫ ଅଭିଯୁକ୍ତ ବିଜୟ କୁମାର ମିଶ୍ରଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର ରଚିଥିଲେ। ଆହୁରି ମଧ୍ୟ ପ୍ରଶାନ୍ତ ପ୍ରଶ୍ନପତ୍ରକୁ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ଏବଂ ୯୯ ହଜାର ଟଙ୍କା ବଦଳରେ ତାକୁ ବିଜୟ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ। 

ତେବେ କ୍ରାଇମବ୍ରାଞ୍ଚ ଏବେବି ଘଟଣାରେ ତଦନ୍ତ ଜାରି ରହିଛି। ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦର କିଛି ବରିଷ୍ଠ ଅଧିକାରୀଙ୍କୁ ପୁଣି ପଚରା ଉଚରା କରାଯାଇପାରେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି। ସେ ଆହୁରି କହିଛନ୍ତି ବୋର୍ଡ ଉପସଭାପତିଙ୍କ ଲାପଟପ୍‌ରୁ ପ୍ରଶ୍ନପତ୍ର ଚୋରି ହୋଇଥିଲା, ତେଣୁ ଉପସଭାପତିଙ୍କ ସମେତ ଆହୁରି ଅନେକ ଅଧିକାରୀ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.