ବିଶାଖାପାଟନାମ୍: ବୁଧବାରଠୁ ଆନ୍ଧ୍ର ପ୍ରଦେଶରେ ନୂଆ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ । ଏନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏହା ପୂର୍ବରୁ ମଙ୍ଗଳବାର ତେଲୁଗ ଦେଶମ୍ ପାର୍ଟି ଏବଂ ଏନଡିଏ ମେଣ୍ଟ ପକ୍ଷରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ପରେ ମେଣ୍ଟର ସମସ୍ତ ବିଧାୟକ ଓ ନେତା ରାଜ୍ୟପାଳ ଏସ ଅବ୍ଦୁଲ ନଜିରଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି କରିଛନ୍ତି । ତେବେ ଆସନ୍ତାକାଲି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହିତ ବହୁ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାର ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ଦିଆଯାଇଛି ।
ଅନ୍ଧ୍ର ପ୍ରଦେଶରେ ଜୁନ୍ ୧୨ ତାରିଖରେ ନୂଆ ସରକାରର ଶପଥ ଗ୍ରହଣ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ୍ ହୋଇପାରନ୍ତି । ସେହିପରି ଜନସେନା ପାର୍ଟିର ନିଜ ବିଧୟକ ଦଳ ନେତା ପାର୍ଟି ପ୍ରମୁଖ ପବନ କଲ୍ୟାଣଙ୍କୁ ବାଛିଛନ୍ତି । ତାଙ୍କୁ ଅନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ।
#WATCH | Andhra Pradesh: TDP chief N Chandrababu Naidu, JanaSena chief Pawan Kalyan, state BJP chief Daggubati Purandeswari attend NDA MLAs meeting in Vijayawada. pic.twitter.com/Un9uXLRvxt
— ANI (@ANI) June 11, 2024
ଅନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ୍ ୧୭୫ ଆସନରୁ ୧୩୫ଟି ସିଟ୍ ଜିତି ଚନ୍ଦ୍ରବାବୁ ନଇଡୁଙ୍କ ଟିଡିପି ରାଜ୍ୟରେ ସବୁଠାରୁ ବଡ଼ ରାଜନୈତିକ ପାର୍ଟି ହୋଇଛି । ସେହିପରି ପବନ କଲ୍ୟାଣଙ୍କ ଜନସେନା ପାର୍ଟି ୨୧ଟି ବିଧାନସଭା ଆସନ ଏବଂ ବିଜେପିକୁ ୮ସିଟ୍ ମିଳିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସଆରସିଙ୍କ ପାର୍ଟି ମାତ୍ର ୧୧ଟି ଆସନ ମିଳିଛି । ଆନ୍ଧ୍ରରେ ଟିଡିପି ଓ ଜନସେନା ପାର୍ଟି ମେଣ୍ଟ ସରକାର ଗଠନ କରୁଛନ୍ତି ।