LIVE TV

ମଣିପୁରରେ ଆସାମ ରାଇଫଲ୍ସର ଟ୍ରକ୍‌ ଉପରେ ଆକ୍ରମଣ ; ୨ ଯବାନ ସହିଦ ଓ ୪ ଆହତ

NEWS7
-

ଇମ୍ଫାଲ୍‌ – ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସଶସ୍ତ୍ର ଲୋକଙ୍କର ଏକ ଗୋଷ୍ଠୀ ଶୁକ୍ରବାର ସନ୍ଧ୍ୟାରେ ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅର୍ଦ୍ଧ ସାମରିକ ବାହିନୀର ଦୁଇ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ସୂଚନା ରହିଛି। ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ସନ୍ଧ୍ୟା ପ୍ରାୟ ୫.୪୦ ସମୟରେ ଘଟିଥିଲା, ଯେତେବେଳେ ଯବାନଙ୍କୁ ନେଇଯାଉଥିବା ଟ୍ରକଟି ନାମବୋଲ ସବାଲ ଲାଇକାଇରେ ଆକ୍ରମଣର ଶିକାର ହୋଇଥିଲା। ଇମ୍ଫାଲ ବିମାନବନ୍ଦରରୁ ପ୍ରାୟ ୮ କିଲୋମିଟର ଦୂରରେ ଆକ୍ରମଣ କରାଯାଇଥିବା ସ୍ଥାନଟି ଅବସ୍ଥିତ।

ଜଣେ ଅଧିକାରୀ କହିଛନ୍ତି ଯେ, ବନ୍ଧୁକଧାରୀମାନଙ୍କର ଏକ ଗୋଷ୍ଠୀ ସେହି ଗାଡ଼ି ଉପରେ ଆକ୍ରମଣ କରିଥିଲେ , ଯେଉଁଥିରେ ଆସାମ ରାଇଫଲ୍ସର ଯବାନମାନେ ଇମ୍ଫାଲରୁ ବିଷ୍ଣୁପୁର ଜିଲ୍ଲା ଆଡ଼କୁ ଯାଉଥିଲେ।  

ଅନ୍ୟ ଜଣେ  ଅଧିକାରୀ କହିଛନ୍ତି ଯେ, ଆହତ ଯବାନଙ୍କୁ ପୁଲିସ ଓ ସ୍ଥାନୀୟ ଲୋକେ ହସ୍ପିଟାଲରେ ପହଞ୍ଚାଇ ଥିଲେ, ସେଠାରେ ତାଙ୍କର ଚିକିତ୍ସା ଚାଲୁ ରହିଛି। ଏହି ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆ ଯାଇଛି। ଏହା ବ୍ୟତୀତ ଆକ୍ରମଣକାରୀଙ୍କ ତଲାସକୁ ଜୋରଦାର କରାଯାଇଛି। ​​​​​​​