News7 Logo

ଆସନ୍ତା ୧୮ରୁ ବିଧାନସଭା ଅଧିବେଶନ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

NEWS7
Assembly

ଭୁବନେଶ୍ୱର ୧୧।୦୯ : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଆସନ୍ତା ୧୬ରେ ବସିବ ସର୍ବଦଳୀୟ ବୈଠକ । ସୁରୁଖୁରୁରେ ବିଧାନସଭା ଚଳାଇବା ନେଇ ସବୁ ଦଳର ନେତାଙ୍କ ସହ କରିବେ ଆଲୋଚନା ।

ଖବର ଅନୁଯାୟୀ, ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଯାହା ୨୫ ତାରିଖ ଯାଏଁ ଚାଲିବ । ଚଳିତ ଥର ଅଧିବେଶନ ସ୍ୱଳ୍ପ ସମୟ ପାଇଁ ବସିବ । ଚଳିତଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସବୁ ଦଳର ନେତା ସାମିଲ ହେବାକୁ ବାଚସ୍ପତି କହିଛନ୍ତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଧାନସଭା କିପରି ସୁରୁଖୁରୁରେ ଚାଲିବ । ସେନେଇ ଆଲୋଚନା ହେବ।

​​​​​​​ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି। ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି। ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।