RWSS କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା, ସମସ୍ତ କର୍ମଚାରୀଙ୍କ ହେବ ଟେଷ୍ଟ

Published By : Prameya-News7 Bureau | August 01, 2025 IST

ମୋହନା ୦୧/୦୮: ଆର. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣା ।  RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା । ପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼ । ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡରେ ଛାଡିଲା ପୋଲିସ । ଅଭିଯୋଗର ତଦନ୍ତ ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଆର. ଉଦୟଗିରି SDPO ସୁରେଶ କୁମାର ତ୍ରିପାଠୀ । 

ସୂଚନା ଥାଉକି, ଯନ୍ତ୍ରୀଙ୍କୁ ପାଣି ବଦଳରେ ଦେଇଥିଲେ ପରିସ୍ରା । ଏହାକୁ ପାଣି ଭାବି ପିଇଦେଲେ ଯନ୍ତ୍ରୀ । ପରିସ୍ରା ବୋଲି ମନରେ ସନ୍ଦେହ ହେଲା । ଶେଷରେ ପରୀକ୍ଷା ପରେ ପରିସ୍ରା ବୋଲି ସେ ସ୍ପଷ୍ଟ ହୋଇଥିଲେ । ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଆର୍‌ଡବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ସଚିନ ଗୌଡ଼ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏନେଇ ଯନ୍ତ୍ରୀ ଆର୍‌.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି । 

ଗତ ୨୨ ତାରିଖରେ ଆର. ଉଦୟଗିରି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟରେ ସଚିନ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି । ୨୩ ତାରିଖ ରାତି ପ୍ରାୟ ୧୦ଟାରେ ଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ କାର୍ଯ୍ୟାଳୟରେ ଖଲାସି ଭାବେ କାର୍ଯ୍ୟ କରୁଥିବା ଶିବନାରାୟଣ ନାୟକ ଖାଇବାକୁ ଦେଇଥିଲେ । ପରେ ବୋତଲରେ ପାଣି ଆଣି ଯନ୍ତ୍ରୀଙ୍କୁ ଦେଇଥିଲେ । ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ ହେବାରୁ ଲାବ୍‌ ଟେଷ୍ଟ ପାଇଁ ଆର୍‌. ଉଦୟଗିରି ଓ ପାରଳାଖେମୁଣ୍ଡି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟକୁ ଦେଇଥିଲେ । 

ପରେ ତାହା ପରିସ୍ରା ବୋଲି ଜାଣିବାକୁ ପାଇଥିଲେ । ଏନେଇ ତଦନ୍ତ ପାଇଁ ଯନ୍ତ୍ରୀ ପ୍ରଥମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । କୌଣସି ପଦକ୍ଷେପ ନ ନେବା ପରେ ବୁଧବାର ସେ ଆର୍‌.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି । କର୍ମଚାରୀ ଶିବ କହିଛନ୍ତି, କ୍ୱାର୍ଟର୍ସରେ ଥିବା ଆକ୍ୱାଗାର୍ଡରୁ ବୋତଲରେ ପାଣି କାଢ଼ି ଦେଇଥିଲେ । ତାହା ପରିସ୍ରା ବୋଲି ସେ ଜାଣିନଥିବା କହିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.