B-21 Raider: ଚୀନ ଏବଂ ରୁଷର ହଜିବ ନିଦ...ଦୁନିଆର ସବୁଠୁ ଘାତକ ବୋମାବର୍ଷକର ପ୍ରଥମ ଉଡାଣ ସଫଳ

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଆଧୁନିକ, ଘାତକ ଏବଂ ଚୁପଚାପ୍ ଆକ୍ରମଣ କରୁଥିବା ଷ୍ଟେଲ୍ଥ ବମ୍ୱର ବି-୨୧ ରାଇଡର ବୁଧବାର ଉଡାଣ ଭରିଛି । ଆମେରିକା ବାୟୁ ସେନା ପରମାଣୁ ବୋମାବର୍ଷକ ବି-୨୧ ରାଇଡରର ପ୍ରଥମ ଉଡାଣ ସମୟର ଫଟୋକୁ ନିଜ ସୋସିଆଲ୍ ପ୍ଲାଟଫର୍ମ ଏକ୍ସରେ ଜାରି କରିଛି ।

ବି-୨୧ ରାଇଡରର ଫ୍ଲାଇଟ୍ ଟେଷ୍ଟିଂ କାଲିଫର୍ଣ୍ଣିଆର ଏଡୱଡର୍ସ ଏୟାର ଫୋର୍ସ ବେସରେ ଆରମ୍ଭ ହୋଇଛି । ଫଟୋ ଜାରି କରି ବାୟୁ ସେନା ଏକ ବୟାନରେ କହିଛି, ଆମେରିକା ବାୟୁ ସେନାର ବୋମାବର୍ଷକ ୟୁନିଟର ମେରୁ ହାଡ଼ ବନିବା ଦିଗରେ ପ୍ରଗତି ଜାରି ରହିଛି । ବାୟୁ ସେନାର ଅଧିଗ୍ରହଣ ମାମଲାର ସହାୟକ ସଚିବ ଆଣ୍ଡ୍ରୁ ହଣ୍ଟର ବୟାନକୁ ନେଇ ଫକ୍ସ ନ୍ୟୁଜ୍ କହିଛି ଯେ ବିମାନ ରିଲିଜ ହେବା ମାମଲା ଅନ୍-ଟ୍ରାକ୍ ଅଛି । ଉଲ୍ଲେଖଯୋଗ୍ୟ ଯେ ଏହି ବିମାନ ବି-୧ ଏବଂ ବି-୨ ବୋମାବର୍ଷକର ସ୍ଥାନ ନେବ ।

ବାୟୁ ସେନା ଦ୍ୱାରା ଜାରି କରାଯାଇଥିବା ଫଟୋରେ ବୋମାବର୍ଷକ ବିମାନକୁ ବାଦଲ ଉପରେ ଉଡୁଥିବା ଦେଖିବାକୁ ମିଳୁଛି । ଅନ୍ୟ ଏକ ଫଟୋରେ ବିମାନକୁ ରନୱେ ଉପରେ ଦେଖାଯାଉଛି । ଉଚ୍ଚ ପ୍ରଯୁକ୍ତିରେ ନିର୍ମିତ ଷ୍ଟେଲ୍ଥ ବୋମାବର୍ଷକ ବିମାନ ପରମାଣୁ ବୋମା ଏବଂ ପାରମ୍ପାରିକ ହତିଆର ନେବାରେ ସକ୍ଷମ ଅଟେ । ଏହାସହ ଏହାକୁ ବିନା ଚାଳକରେ ବି ଉଡାଣ ଭରିବା ପାଇଁ ମଧ୍ୟ ଡିଜାଇନ କରାଯାଇଛି । ୟୁଏସଏଏଫ ଏକ ବୟାନରେ କହିଛି ଯେ ବି-୨୧ ଦୀର୍ଘ ଦୂରଗାମୀ, ଅଧିକ ଦିନ କାମ କରି ପାରିବା ସହ ଟାର୍ଗେଟକୁ ନଷ୍ଟ କରି ପାରୁଥିବା ଷ୍ଟ୍ରାଇକ୍ ଷ୍ଟେଲ୍ଥ ବମ୍ୱର ଧୀରେ ଧୀରେ ବି-୧, ବି-୨ର ସ୍ଥାନ ନେବ, ଯାହା ରାଷ୍ଟ୍ରୀୟ ସୁରକ୍ଷା ଉଦ୍ଦେଶ୍ୟକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.