କ୍ଷମତାକୁ ଆସିଲେ ଆମେରିକାରୁ ବିଦା କରିବୁ, ଫିଲିସ୍ତୀନ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଟ୍ରମ୍ପଙ୍କ ପ୍ରତିଶ୍ରୁତ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ସେ ୨୦୨୪ରେ ନିର୍ବାଚନ ଜିତନ୍ତି ତେବେ ଫିଲିସ୍ତୀନ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ନଭେମ୍ୱର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ୧୯୧୨ ପରେ ପ୍ରଥମ ଥର ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କ ମଧ୍ୟରେ ମୁକାବିଲା ହେବ । ଦକ୍ଷିଣପନ୍ଥୀ ନେତା ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍-ହମାସ ଯୁଦ୍ଧ ମଧ୍ୟରେ ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ ଦେବା କଥା କହୁଛନ୍ତି । ଏବେ ସେ ନିଜ ଦେଶରେ ହେଉଥିବା ଫିଲିସ୍ତୀନ ସମର୍ଥକ ପ୍ରଦର୍ଶନ ଉପରେ ଆକ୍ସନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦ ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, 'ଚଳିତ ମାସ ଆରମ୍ଭରେ ସମ୍ଭାବିତ ରିପବ୍ଲିକାନ୍ ପ୍ରାର୍ଥୀ ୟହୂଦିଙ୍କୁ କହିଥିଲେ ଯେ ନିର୍ବାଚନ ଜିତିଲେ ପ୍ରଦର୍ଶନକାରୀ ଛାତ୍ରଙ୍କୁ ଆମେରିକାରୁ ବାହାର କରିଦେବେ । ଏହି ପ୍ରଦର୍ଶନକାରୀ ଛାତ୍ରଙ୍କୁ ଟ୍ରମ୍ପ କଟ୍ଟରପନ୍ଥୀ କ୍ରାନ୍ତିର ଅଂଶ ବୋଲି କହିଛନ୍ତି ।'

ରିପୋର୍ଟ ଅନୁସାରେ, ଟ୍ରମ୍ପର ବୈଠକରେ କହିଥିଲେ, 'ଯଦି ଆପଣ ନିର୍ବାଚନରେ ମୋତ ଜିତାନ୍ତି...ତେବେ ଆମ ସେହି ଆନ୍ଦୋଳନକୁ ୨୫ରୁ ୩୦ ବର୍ଷ ପଛକୁ ଠେଲିଦେବୁ । ଆପଣ ମୋତେ ଜିତାଇବା ଦରକାର । ପୂର୍ବତନ ରାଷ୍ଟ୍ରପତି ଏପ୍ରିଲ୍ ଶେଷରେ କୋଲମ୍ୱିଆ ବିଶ୍ୱବିଦ୍ୟାଳୟ ପରିସରକୁ ଖାଲିବା କରିବା ପାଇଁ ନ୍ୟୁୟର୍କ ପୋଲିସର ପ୍ରଶଂସା କରିଛନ୍ତି ଏବଂ ଅନ୍ୟ ସହରରେ ମଧ୍ୟ ଏହିପରି କାର୍ଯ୍ୟାନୁଷ୍ଠାନ ଦରକାର ।

ଗାଜା ଉପରେ ଇସ୍ରାଏଲ ଯୁଦ୍ଧ ବିରୋଧରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଗତ କିଛି ସପ୍ତାହରେ ଆମେରିକାକୁ ଦୋହଲାଇ ଦେଇଛି । ଏହାକୁ ନେଇ ଆମେରିକାର ବିଭିନ୍ନ କଲେଜ ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନ ସହ ୨ ହଜାରରୁ ଅଧିକ ଗିରଫଦାରୀ ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.