ଆଗ୍ରା ୭।୧୧: ତାଜମହଲକୁ ନେଇ ପୁଣି ଥରେ ବିବାଦୀୟ ପରିସ୍ଥିତି ଉପୁଜିଛି। ଅଘୋରୀ ସାଧ୍ୱୀ ଚଞ୍ଚଲ ନାଥଙ୍କୁ ତାଜମହଲ ଫାଟକ ବାହାରୁ ଫେରାଇ ଦିଆଯାଇଛି। ତାଙ୍କ ହାତରେ ଡମ୍ବରୁ ଓ ତ୍ରିଶୁଳ ଥିଲା। ଏଣୁ ସୁରକ୍ଷା କର୍ମୀମାନେ ସେଗୁଡିକୁ ବାହାରେ ଛାଡି ଯିବାକୁ କହିଥିଲେ। ଏଥିରେ ଅଘୋରୀ ସାଧ୍ୱୀ ରାଜି ହୋଇ ନଥିଲେ ଓ ଗେଟ୍ ମୁହଁରୁ ଫେରି ଯାଇଛନ୍ତି। ଏହି ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସାଧ୍ୱୀ ଚଞ୍ଚଲ ନାଥ ତାଜମହଲ ବୁଲି ଯାଉଥିବାର କେତେକ ଫଟୋ ସାମ୍ନାକୁ ଆସିଛି। ଏଥିରୁ ସେ ଶୁକ୍ରବାର ତାଜମହଲ ବୁଲି ଯାଇଥିବା ଜଣାପଡିଛି। ଏଥିରେ ତାଜମହଲ ଏଣ୍ଟ୍ରିଗେଟ୍ ରେ ସାଧ୍ୱୀଙ୍କ ଯାଞ୍ଚ କରାଯାଉଥିବା ଦେଖାଯାଇଛି। ତାଙ୍କ ହାତରେ ଏକ ଖାଦ୍ୟ ପାତ୍ର, ଡମ୍ବରୁ ଓ ତ୍ରିଶୁଳ ଥିବା ଦେଖା ଯାଇଛି। ସେ ଏ ଗୁ଼ଡିକ ସହ ତାଜମହଲ ପରିସରକୁ ପ୍ରବେଶ ଚାହୁଁଥିଲେ। ତେବେ ସିଆଇଏସଏଫ ସିକ୍ୟୁରିଟି ଏଥି ପାଇଁ ଅନୁମତି ଦେଇ ନଥିଲେ।

ସିଆଇଏସଏଫ ଜବାନମାନେ ସାଧ୍ୱୀଙ୍କୁ ସୁରକ୍ଷା ନିୟମ ସମ୍ପର୍କରେ ଜଣାଇ ଡମ୍ବରୁ ଓ ଖାଦ୍ୟ ପାତ୍ରକୁ ଲକରରେ ରଖିବାକୁ ପରାମର୍ଶ ଦେଇଥିଲେ ସେହି ପରି ତ୍ରିଶୁଳକୁ ବାହାରେ ଛାଡି ଯିବାକୁ କହିଥିଲେ। ହେଲେ ଏଥିରେ ଚଞ୍ଚଲ ମାତା ରାଜି ହୋଇ ନଥିଲେ ଓ ଗେଟ ବାହାରୁ ଫେରି ଯାଇଥିଲେ। ଏଣୁ ସାଧ୍ୱୀ ତାଜମହଲନ ନବୁଲି ଫେରି ଯାଇଛନ୍ତି। ତାଜମହଲ ବୁଲିବା ପାଇଁ ସାଧ୍ୱୀ ମଧ୍ୟାହ୍ନ ପାଖାପାଖି ସାଢେ ୨ଟା ବେଳେ ପୂର୍ବଗେଟ୍ ରେ ପହଞ୍ଚିଥିଲେ। କୁହାଯାଉଛି ତାଙ୍କ ହାତରେ ଡମ୍ବରୁ ଓ ତ୍ରିଶୁଳ ଥିବାରୁ ତାଙ୍କୁ ଗେଟ୍ ରେ ରୋକା ଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ସାଧ୍ୱୀ ଚଞ୍ଚଲ ନାଥ ତାଙ୍କ ଅନନ୍ୟ ଆଚରଣ ପାଇଁ ଜଣା ଯାଆନ୍ତି। ତାଙ୍କ ମଥାର ଜଟା ମଧ୍ୟ ବେଶ୍ ଘନ ଏଣୁ ସେ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କୁହାଯାଏ ତାଙ୍କ କୂଳଗୁରୁଙ୍କ ପରାମର୍ଶରେ ପିତାମାତା ଚଞ୍ଚଲ ମାତାଙ୍କୁ ମାତ୍ର ୭ ବର୍ଷ ବୟସରେ ଗୁରୁଙ୍କୁ ସମର୍ପଣ କରିଦେଇଥିଲେ। ସେ ତାଙ୍କ ଗୁରୁଙ୍କ ସହ ବେଙ୍ଗଲରେ ବେଶ୍ ସମୟ ବିତାଇଥିବା ବେଳେ ଗୁରୁଙ୍କ ସାନିଧ୍ୟରେ ରହି ବିଭିନ୍ନ ସାଧାନା ଶିକ୍ଷା କରିଥିଲେ। ସେ ତାଙ୍କ ଚମତ୍କାରୀ ଶକ୍ତିକାରଣରୁ ମଧ୍ୟ ଜଣା ଯାଆନ୍ତି। ସେ ବିନା ଡିଆସିଲରେ ହବନ କୁଣ୍ଡରେ ଅଗ୍ନିଧାରଣ କରାଇ ପାରନ୍ତି। ଲୋକେ ତାଙ୍କୁ ଚଞ୍ଚଲ ମାତା ବୋଲି ମଧ୍ୟ ସମ୍ବୋଧିତ କରନ୍ତି।